
ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସହର ର ସ୍ଥାନୀୟ ପୋଲିସ ହାଇସ୍କୁଲ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ସପ୍ତାହ ପାଳିତ ହୋଇ ଯାଇଅଛି! ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦେବି ପ୍ରସାଦ ଶତପଥୀ ଯୋଗ ଦେଇଥିବାବେଳେ ସନମ୍ମାନୀତ ଅତିଥି ଭାବରେ ସଂକୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର, ହିନ୍ଦୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ର,ଖେଳଶିକ୍ଷକ ରାଜକିଶୋର ସ୍ୱାଇଂ, ସାହିତ୍ୟ ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ ଏବଂନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା , ସ୍ୱେଚ୍ଛା ସେବୀ , ଶିବେନ୍ଦ୍ର ଦିଗାଲ, ସୁଭଦ୍ରା ମଲ୍ଲିକ, ରୀତିମା ବାଘ, ଏଂବ ପୋଲିସ ହାଇସ୍କୁଲ ଛାତ୍ର ଛାତ୍ରୀ ମାନେ ଯୋଗ ଦେ ଇ ଥିଲେ ! ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ର ମଧ୍ୟରେ ବକୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଆଇସା ମହାନନ୍ଦ ପ୍ରଥମ, ରାଜ କୁମାର୍ ଯୋଶୀ ଦ୍ୱିତୀୟ ଏବଂ ସ୍ନିଧା ରାଣୀ ଦିଗାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ମୁଖ୍ୟ ଅତିଥି ଏହି ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବ ଗତ କରିଥିଲେ ! କୁଇଜ ପ୍ରତିଯୋଗୀତରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସ୍ୱେଚ୍ଛା ସେବୀ ରୀତିମା ବାଘ ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରି ଥିଲେ !

