ଟାଙ୍ଗୀ ଥାନା ମଙ୍ଗୁଳି ଛକରୁ ୬ ଲକ୍ଷ୍ୟ ଟଙ୍କାର ଗଞ୍ଜେଇ ବୋଝେଇ ମାରୁତି କାର ଜବତ ,୪ ଗିରଫ

୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକ ନିକଟରୁ, ଆଜି ସକାଳେ ଅବକାରୀ ପୋଲିସ ୬ଲକ୍ଷ୍ୟ ଟଙ୍କା ମୂଲ୍ୟର ,୬୦ କେଜି ଗଞ୍ଜେଇ ଭର୍ତ୍ତି ମାରୁତି କାର ଜବତ କରିବା ସହ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ଫୁଲବାଣୀରୁ ଯାଜପୁରକୁ ଚୋରାରେ ଚାଲାଣ ହେଉଥିଲା । ଗିରଫ ଯୁବକ ମାନେ ହେଲେ , ଯାଜପୁରର ଜିଲ୍ଲା କୋରେଇ ଥାନା କାଚରାସାହି ଗ୍ରାମର ସୌମ୍ୟରଞନ ମହାନ୍ତି , ଚକ୍ରଧର ସେଠୀ । ଢେଙ୍କାନାଳ ଜିଲ୍ଲା ଭୁବନଥାନା ବାସୁଦେବପୁର ଗ୍ରାମର ସାଇପ୍ରସାଦ ଦାସ ଏବଂ ଯାଜପୁର ଜିଲ୍ଲା ପାଣିକୋଈଲି ଥାନା ଅନ୍ତର୍ଗତ ସାହାପୁର ଗ୍ରାମର ସୌମ୍ୟ ରଞ୍ଜନ ସାହୁ । ଫ୍ଲାଇଙ୍ଗ ସ୍କାର୍ଡ଼ ଅବକାରୀ କମିଶନର, ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଏହି ଧରପଗଡ଼ କରାଯାଇଥିଲା । ଉକ୍ତ ଧରପଗଡ଼ରେ ସାମିଲ ହୋଇଥିଲେ ଆଇଆଇସି ଦିଲିପ ବେହେରା, ଇନିସପେକ୍ଟର ଉମାକାନ୍ତ ସ୍ୱ।ଇଁ, ଏ ଏସ ଆଇ ନଟବର ମଲ୍ଲିକ, ଏସ କେ ସାକାହର,ମୋତିଲାଲ ମାହନ୍ତ,କନେଷ୍ଟବଳ ଦିଲିପ କୁମାର ନନ୍ଦ,ଗୌରାଙ୍ଗ ନାୟକ, ଦେବାଶିଷ ବେହେରା, ରୋଜାଲିନ୍ ପଟ୍ଟନାୟକ ।

Exit mobile version