୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର . ଉଦୟଗିରି :- ଗଜପତି ନୁଆଗଡ଼ ବ୍ଳକ ଖଜୁରିପଦା ବାବାସାହେବ ଆମ୍ବେଦକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ବ୍ଳକ ସ୍ତରିୟ ଋଷିଶୃଙ୍ଗ ମହୋତ୍ସବ ବହୁ ଆଡମ୍ବର ସହକାରେ ଉଦଯାପନ ହୋଇଯାଇଛି। ଦୁଇଦିନ ଧରି ଏହି ମହୋତ୍ସବ ଅନୁଷ୍ଟିତ ହୋଇଥିଲା। ଏଥିରେ ଲୁକାୟୀତ ଭାବେ ରହିଥିବା ବ୍ଲକର ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନାଚ,ଗୀତ ସହ ଆଦିବାସୀ ପାରମ୍ପରିକ ନୃତ୍ୟ, ଓଡ଼ିଶାର ସିନେ ଜଗତର ହାସ୍ୟ ଅଭିନେତା ହରି ଭାଇ, ଓଡ଼ିଶାର ସୁନାମ ଗାଇକା ପ୍ରଜ୍ଞା ହୋତା, ପ୍ରସିଧ ଅନୁକରଣ କାରି କଳାକାର ରବି କୁମାର ଓ ଭୂବେନଶ୍ବର ଡିଜେ ଡେଞ୍ଚ ଗ୍ରୁପ ମାନଙ୍କ ଦ୍ଵାରା ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାରୁ ସନ୍ଧ୍ୟାରୁ ରାତି ଯାଏ ଦୁଇଦିନ ଧରି ହଜାର ହଜାର ସଂଖ୍ୟକ ଦର୍ଶକ ମଜା ନେଉଥିଲେ। 
ଉଜପାନି ଦିବସ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ ଗାଇକା ପ୍ରଜ୍ଞା ହୋତାଙ୍କ ଗୀତରେ ଝୁମି ଉଠିଥିଲେ ଦର୍ଶକ। କୋଭିଡ ଯୋଗୁଁ ଦୁଇବର୍ଷ ବ୍ୟବଧାନ ପରେ ଏହି ମହୋତ୍ସବ ଆୟୋଜିତ ହୋଇଥିବାରୁ ଦର୍ଶକ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା। ବ୍ଲକର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୋଙ୍କନ ଦେଇ ସମ୍ମାନିତ କରାଯାଇଥିଲା। ପ୍ରଥମ ଦିନରେ ଶ୍ରମ ଏବଂ ନୀୟଯୋନ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପ୍ରଦୀପ ପ୍ରଜଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡି ଜିଲ୍ଲା ସଭାପତି ପ୍ରତିପ ନାୟକ, ଏସ୍. ଡି ସି ଅଧ୍ୟକ୍ଷ ମରିୟମ ରଇତ, ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ମାଳତି ପ୍ରାଧାନ, ଉପାଧ୍ୟକ୍ଷ ନିହିମିୟା ରଇତ, ଉଦୟଗିରି ବ୍ଳକ ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଡିଓ ଲାବଣ୍ୟେନ୍ଦୁ ମାହାନ୍ତି, ତହସିଲିଦାର କୁରେଶ ଚନ୍ଦ୍ର ଜାନି, ଅନ୍ତରଜାମି ଗମାଙ୍ଗ, ପୂର୍ବତନ ଜିଲାପରିଷଦ ସଭ୍ୟ ଜେମେସ ରାଇକା ସମେତ ଅନ୍ୟାନ୍ୟ ଅତିଧୀ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ଯୋଗ ଦେଇ ଧିଲ। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କ ପତିଭାକୁ ମନଭରି ଉପଭାଗ କରିଥିଲେ। ସେହିଭଳି ଉଦଯାପନ ଦିବସରେ ଏଡିଏମ୍ ପ୍ରଦୀପ କୁମାର ନାୟକ ଯୋଗଦାନ କରିଥିଲେ। ଉତ୍ସବ ଅବସରରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜେତା ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିବା ସହ ୧୯ଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ସଭ୍ୟା ମାନଙ୍କୁ ଉପଢିଙ୍କନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ବିଭାଗର କର୍ମଚାରୀ ସମେତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

