୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ସଂପ୍ରତି ପ୍ଲାଷ୍ଟିକରେ ପ୍ରସ୍ତୁତ ସାମଗ୍ରୀ ବହୁଳ ବ୍ୟବହାର ଓ କିଣାବିକା କାରଣରୁ ପାରମ୍ଫାରିକ ବାଉଁଶ କାରୀଗରଙ୍କ ଜୀବୀକା ଉପରେ ଗୁରୁତର ପ୍ରଭାବ ପଡ଼ିଛି । ଗରୀବ ଆଦିବାସୀଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଦିନଥିଲା ବାଉଁଶରେତିଆରି ହାତ ତିଆରି ସାମଗ୍ରୀ ଚାହିଦା ଅଧିକ ରହୁଥିଲା । ବର୍ତ୍ତମାନ ସେମାନଙ୍କ ସାମଗ୍ରୀର ଚାହିଦା କମୁଥିବାରୁ ଚିନ୍ତାରେ ରହିଛନ୍ତି ଏହି ପରିବାର । ପରିଶ୍ରମ ଠାରୁ ଲାଭ କମ୍ ରେ ବିକ୍ରି କରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗଜଫତି ଜିଲ୍ଲା ନୂଆଗଡ଼ ବ୍ଲକ୍ ବ୍ୟବସାୟିକ ପ୍ରାଣ କେନ୍ଦ୍ର କୁହାଯାଉଥିବା ଖଜୁରୀପଦା ଓ ବଡ଼ପଦା ଅଞ୍ଚଳର କିଛି ଆଦିବାସୀ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ କରୁଛନ୍ତି ।
ନୂଆଗଡ଼ ବ୍ଲକର ୧୯ ଟି ପଞ୍ଚାୟତ ମଧ୍ୟରୁ ଖଜୁରୀପଦା ଓ ବଡ଼ପଦା ପଞ୍ଚାୟତର ପ୍ରାୟ ୧୫୦ ଟି ଆଦିବାସୀ (ଟେଙ୍କଲା) ପରିବାରର ଲୋକେ ବାଉଁଶରେ ତିଆରି ଟୋକେଇ କୁଲା,କୁକୁଡ଼ା ଘର ତଥା ଗୢହ ଉପଯୋଗୀ ଉପକରଣ ତିଆରୀ କରିଥାନ୍ତି । ଏହି ବୢତ୍ତି ଅଞ୍ଚଳ ଆଦିବାସୀଙ୍କ ଏକ ମାତ୍ର ରୋଜଗାରର ପନ୍ଥା । କିନ୍ତୁ ଏଥିରେ ବାଧକ ସାଜିଛି ପ୍ଲାଷ୍ଟିକ୍ ତିଆରି ସାମଗ୍ରୀ । ପ୍ଲାଷ୍ଟିକ୍ ତିଆରି ସାମଗ୍ରୀ ର ଦରଦାମ କମ୍ ରହୁଥିବାରୁ ଏହା ବାଉଁଶ ତିଆରି ସାମଗ୍ରୀ ଅପେକ୍ଷା ଲୋକମାନଙ୍କ ପାଖରେ ବେଶ୍ ଆଦୢତ । ତେଣୁ ବ୍ୟବସାୟ ପୁରାପୁରୀ ମାନ୍ଦା ତଥିବା କହିଛନ୍ତି । ଉକ୍ତ ଅଞ୍ଚଳର ଆଦିବାସୀ । ବାଉଁଶ ତିଆରି ଉପକରଣ ସାପ୍ତାହିକ ହାଟ କିମ୍ବା ବଜାରକୁ ନେଇ ବିକ୍ରି କରିଥାନ୍ତି । କିନ୍ତୁ ଏବେ ବାଉଁଶ ତିଆରି ସାମଗ୍ରୀ ତୁଳନାରେ ପ୍ଲାଷ୍ଟିକ୍ ସାମଗ୍ର କମ୍ ପଡୁଛି । ତେଣୁ ଗ୍ରାହକଙ୍କ ପ୍ଲାଷ୍ଟିକ୍ ସାମଗ୍ରୀ ଅଧିକ କିଣୁଛନ୍ତି । ଅନ୍ୟପଟେ ଅତି କଷ୍ଠରେ ପରିବାର ପୋଷଣ କରୁଥିବାରୁ ବାଉଁଶ ପ୍ରସ୍ତୁତି ଆଦିବାସୀ ପରିବାର ଚିନ୍ତାରେ ପଡ଼ିଛନ୍ତି । ତେଣୁ ସରକାରୀ ସ୍ତରରେ ଏହି ପରିବାରକୁ ସହାୟତା ସହିତ ବାଉଁଶ ତିଆରି ସାମଗ୍ରୀର ବିପଣନ ବ୍ୟବସ୍ତା କରାଗଲେ ଏହି ପରିବାର ଉପକୢତ ହେବେ ବୋଲି ବୁଦ୍ଦିଜୀବୀ ମହଲରେ ଆଲୋଚନା ହେଉଛି ।

