୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ସଦର :- ୪୨ ମୌଜା ଥାନା, ଦଧିବାମନପୁର ସ୍ଥିତ ଏ.କେ ବିଦ୍ୟାମନ୍ଦିର ଟାଇକୋଣ୍ଡୋ କ୍ଳବ୍ ୩୫ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ସ୍ଵର୍ଣ୍ଣ ପଦକ ବିଜେତା ସହ ଜାତୀୟ ପ୍ରତିଯୋଗୀତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଚଳିତ ମାସ ୧୪ ଓ ୧୫ ତାରିଖ, ଦୁଇଦିନ ଧରି ପୁରୀ ଜିଲ୍ଲା ରାଣୀ ସତୀ ଭବନଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ୧୬ଟି ଜିଲ୍ଲାରୁ ୨୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । କଟକ ଜିଲ୍ଲା ତରଫରୁ ଏ.କେ. ବିଦ୍ୟାମନ୍ଦିର ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁମାରୀ ସ୍ବପ୍ନା ଭୋଇ କ୍ୟୁରୋଗୀ ଅଣ୍ଡର ୬୩ କିଲୋ ବିଭାଗରେ , 
ସାଇ ସୁମନ ସେନାପତି ଅଣ୍ଡର ୭୮ କିଲୋ ବିଭାଗରେ, ବିଦ୍ୟାଳୟର ପୂର୍ବତନ ଛାତ୍ର ଜଗବନ୍ଧୁ ସାହୁ ବାଳକ ପୁମସେ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରି ଚଳିତ ମାସ ୨୭ ରୁ ୨୯ ତାରିଖ ତିନିଦିନ ଧରି ଉତ୍ତର ପ୍ରଦେଶର ବରେଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ତରଫରୁ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
