ଉତ୍ପାଦନ ଅଭିବୃଦ୍ଧି ପାଇଁ ପ୍ରାୟ ୪୦ ଷ୍ଟାର୍ଟଅପ ନିର୍ମାଣକୁ ପ୍ରୋତ୍ସାହିତ କରିବ
୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ନ୍ୟାସନାଲ ଷ୍ଟାର୍ଟଅପ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ଭାରତର ସମୃଦ୍ଧ ଷ୍ଟାର୍ଟଅପ ଇକୋସିଷ୍ଟମ ଓ ପରବର୍ତି ପର୍ଯ୍ୟାୟରେ ଶକ୍ତି ଯୋଗାଇବା ଲାଗି ଏହା ପ୍ରାୟ ୪୦ଟି ଅଗ୍ରଣୀ ଟେକନୋଲୋଜି ଷ୍ଟାର୍ଟଅପ ସହିତ କାର୍ଯ୍ୟ କରୁଛି । ଏହାର ବିକାଶ ଯାତ୍ରା ବିଶ୍ୱର ଶ୍ରେଷ୍ଠ ତଥା ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ହେବାକୁ କମ୍ପାନିର ଲକ୍ଷ୍ୟ ହେଉଛି ଶିଳ୍ପ ବିପ୍ଳବ ୪.୦ ଏବଂ ୱେବ ୩.୦ର ଉତ୍କର୍ଷତା ଆଣିବା ପାଇଁ ଲକ୍ଷ୍ୟ ରଖିବା । ଏହି ଉଦ୍ଦେଶ୍ୟରେ ଷ୍ଟାର୍ଟଅପ ମୂଲ୍ୟ ସୃଷ୍ଟି, ମୂଲ୍ୟ ଦକ୍ଷତା କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସାୟର ଉତ୍କର୍ଷତା ଓ ବ୍ୟବସାୟ ପାଇଁ ଇସିଜିରେ ଉନ୍ନତି ଆସିବା ପାଇଁ କାର୍ଯ୍ୟ କରିବ ।
ଏହି ପଦକ୍ଷେପ ହେଉଛି କମ୍ପାନିର ବେଦାନ୍ତ ସ୍ପାର୍କ ପ୍ରୋଗ୍ରାମର ଏକ ଅଂଶ ଓ ଏକ ବିଶ୍ୱସ୍ତରୀୟ କର୍ପୋରେଟ ଇନୋଭେସନ ଆଣ୍ଡ ଭେଂଚର୍ସ ପ୍ରୋଗ୍ରାମ, ଯାହା ଭେଂଚର ନିବେଶ, ଷ୍ଟାର୍ଟଅପ ଇନକ୍ୟୁବେଶନ, ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ଷ୍ଟାର୍ଟଅପ ସହିତ ପାଇଲଟ ପ୍ରୋଗ୍ରାମ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଭେଂଚର ନିର୍ମାଣ କାର୍ଯ୍ୟ୍ରକମ ପ୍ରଦାନ କରିଥାଏ । ଏହି ପଦକ୍ଷେପ ସଂପର୍କରେ ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ ଉଦ୍ଭାବନର ଏକ ଅନୁକ୍ରମଣିକା ଭାବରେ ଉତ୍ପାଦନ ଶିଳ୍ପରେ ଉଦ୍ୟୋଗର ଭୂମିକାକୁ ପୁନଃ ଚିତ୍ରଣ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ଯାତ୍ରାର ମୂଳରେ ଆମ ପ୍ଲାଂଟଗୁଡ଼ିକର ଡିଜିଟାଲ ରୂପାନ୍ତର ସହିତ ଆମେ ତ୍ୱରିତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛୁ । ଏଥିପାଇଁ ଆମେ ପ୍ରାୟ ୪୦ଟି ଅଗ୍ରଣୀ ଟେକ ଷ୍ଟାର୍ଟଅପ ସହିତ କାର୍ଯ୍ୟ କରୁଛୁ ।
ରିପିକ ଏଆଇର ପ୍ରତିଷ୍ଠାତ ତଥା ସିଇଓ ପିନାକ ଦତରାୟ କହିଛନ୍ତିଯେ- ରିପିକ ଏଆଇରେ ଆମେ ଅର୍ଥପୂର୍ଣ୍ଣ କେପିଆଇ ଗତିବିଧି ଏବଂ ବ୍ୟବସାୟିକ ଲାଭ ପାଇଁ ଅତ୍ୟାଧୁନିକ ଏଆଇ ଆଧାରିତ ପ୍ରୟୋଗ ଗୁଡ଼ିକୁ ପ୍ରସ୍ତୁତ କରୁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ସହିତ କାମ କରିବା ଆମ ପାଇଁ ସୌଭାଗ୍ୟ, ଯେଉଁଠାରେ ଆମେ ଏଆଇ ଶକ୍ତି ବୃଦ୍ଧି କରିବା ଓ ସ୍ମେଲଟର ଦକ୍ଷତା ବୃଦ୍ଧି ପାଇଁ କମ୍ପାନି ସହିତ କାର୍ଯ୍ୟ କରିଥିଲୁ । ଆମେ କମ୍ପାନି ସହିତ ସଂପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।
