ମାୟାବତୀଙ୍କ ଜନ୍ମଦିନ ପାଳନ କଲା ବୈପାରିଗୁଡା ବିଏସପି

୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- କୋରାପୁଟ ଓ କୋଟପାଡ ନିର୍ବାଚନ ମଣ୍ଡଳୀର ବୈପାରିଗୁଡା ବ୍ଲକର ବିଏସପି କର୍ମୀଙ୍କୁ ନେଇ ଏକ ବୈଠକ କରିବା ସହ ବିଏସପିର ମୁଖ୍ଯ ମାୟାବତୀଙ୍କ ଜନ୍ମଦିନ ପାଳନ କରିଥିବାର ଜଣାପଡିଛି ! ବିଏସପି ବୈପାରିଗୁଡା ବ୍ଲକ ସଭାପତି ଯୁଧିଷ୍ଠିର ଗାଦବାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଟିତ ମାୟାବତୀଙ୍କ ଜନ୍ମଦିନ ଉତ୍ସବ ବୈପାରିଗୁଡା ସ୍ଥିତ ହାଟପଦା ଠାରେ ପାଳନ କରିଥିବା ବେଳେ ମୁଖ୍ଯଅତିଥି ଭାବେ ସରୋଜ କୁମାର ନାୟକ ଉପସ୍ଥିତ ରହିଥିଲେ !ଅନ୍ଯମାନଙ୍କ ମଧ୍ଯରେ ଜିଲ୍ଲା ଉପସଭାପତି ବାସୁ ନାୟକ,ବ୍ଲକଉପ ସଭାପତି ସୁକୁଦାଶ ଖରା, ଚନ୍ଦ୍ରାବତୀ ଗିଉରିଆ, ଅଭିକାନ୍ତ ଦଳେଇ, ସାହୁ ଟାକ୍ରି, ସନ୍ତୋଷ ନାୟକଙ୍କ ସହିତ ବିଏସପି କର୍ମୀ ହରି ହନ୍ତାଲ,କାଶିନାଥ ଦଳେଇ, ପବିତ୍ର ସଗରିଆ, ଗଙ୍ଗା ମୁଦୁଲି, ସଦା ନାୟକ, ସୁରେନ୍ଦ୍ର ଖରା, ଅର୍ଜୁନ ନାୟକପ୍ରମୁଖ ଉପସ୍ଥିତ ସହି ବିଏସପି ମୁଖ୍ଯ ମାୟାବତୀଙ୍କ ଜନ୍ମ ଦିନ ପାଳନ କରିଥିବାର ଜଣାପଡିଛି !

Exit mobile version