Home ଓଡ଼ିଶା ଆମ ୪୨ ମୌଜା ପକ୍ଷରୁ ବନ୍ଧୁମିଳନ ଓ ଆଲୋଚନାଚକ୍ର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ :- ସଦର ଥାନା ଅନ୍ତର୍ଗତ “ଆମ ୪୨ ମୌଜ଼ା” ସଂଗଠନ ତରଫରୁ ମକର ସଂକ୍ରାନ୍ତି ଉପଲକ୍ଷେ ଏକ ବନ୍ଧୁମିଳନ ଓ ଆଲୋଚନାଚକ୍ର ବଳୀବାମନ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ ରୁ ଅଧିକ ବ୍ୟକ୍ତିବିଶେଷ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଆମ ୪୨ ମୌଜ଼ା ସଂଗଠନ ର ସଭାପତି ଶ୍ରୀ ଦେବୀପ୍ରସାଦ ପତି, ୪୨ମୌଜ଼ାଉନ୍ନୟନ ପରିଷଦ ର ସଭାପତି ଅନିଲ ଦାସ,ଯୁବ ଛାତ୍ର ପରିଷଦ ର ଉପଦେଷ୍ଟା ପ୍ରଭାତ କୁମାର ଦେବତା,ରାଷ୍ଟ୍ରୀୟ ପଛୁଆ ବର୍ଗର ପ୍ରଭାରୀ ସଞ୍ଜିତ ସାସମଲ, ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ,ଯୁବ ଓ ଛାତ୍ର ନେତା ରଞ୍ଜିତ ମଲ୍ଲିକ ,ସମାଜ ସେବି ହରିଚନ୍ଦନ ନାୟକ, ବରିଷ୍ଠ ମୁରବି ଅଭୟ ମହାପାତ୍ର,ଅନିଲ ମହାପାତ୍ର, ଅନୟ ମହାପାତ୍ର,ଅତିଶ ଭୋଳ, ଶମ୍ଭୁ ବୈଠାଲୁ,ବିଶ୍ୱରଂଜନ ସେଠୀ, ଉତ୍କଳ ବିକାଶ ପରିଷଦ ର ଗାନ୍ଧୀ ଗୁରୁ ଦାସ,ବିଜୟ ମଲ୍ଲିକ, ଅଜୟ ଦେବତା, ଭାରତୀୟ କିସାନ ସଙ୍ଘ ର କଟକ ଜିଲ୍ଲା ର ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ, ପ୍ରସନ୍ନ ବେହେରା, ସାଗର ବେହେରା, ଅଜୟ ନାୟକ, ଅଜୁ ନାୟକ, ହୃଦାନନ୍ଦ ହୋତା, ଲଲାଟ ଚୌଧୁରୀ, ରୁଦ୍ର ଜେନା, ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା,ମୁକ୍ତିକାନ୍ତ ମହାନ୍ତି, ଅଜୟ ଜେନା ଏବଂ ପରିବର୍ତ୍ତନ ସଙ୍ଗଠନ ର ଆବାହକ ସୁଧାଂଶୁ ଦାସ,ଆନନ୍ଦ ନୃସିଂହ ସ୍ମୃତି କମିଟି ର ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ ବହୁତ ବନ୍ଧୁମାନେ ଯୋଗଦେଇଥିଲେ । ବିଶ୍ଵ ପରିବେଶ ସୁରକ୍ଷା ପାଇଁ ପ୍ରକୃତି ବନ୍ଧୁ ନବକିଶୋର ଙ୍କ ଲକ୍ଷାଧିକ ବୃକ୍ଷରୋପଣ ଓ ନିରନ୍ତର ଅନେକ ଜଙ୍ଗଲ ସୃଷ୍ଟି ଅଭିଯାନକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅବଗତ କରି ପଦ୍ମଶ୍ରୀ ପାଇଁ ଆଗାମୀ ଦିନରେ ଦାବୀ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । Categories: ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026