ଜଟଣୀରେ କରୋନା ଆକ୍ରାନ୍ତ ଚିନ୍ହଟ, ଡାକ୍ତର ଖାନାରେ ଭର୍ତ୍ତି

ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ଜଟଣୀ :- ଜଟଣୀରେ ଆଜି ଜଣେ କରୋନା ଆକ୍ରାନ୍ତଚିନ୍ହଟ ହୋଇଥିବା ଜଣାପଡିଛି ସେ ସ୍ଥାନୀୟ ଲକ୍ଷ୍ମୀ ମାର୍କେଟରେ ଚାଉଳ ଦୋକାନ କରିଛନ୍ତି ଗତ ଦୁଇଦିନ ତଳେ ତା’ଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବାରେ ତାଙ୍କୁ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଯାଇଥିଲା ସେଠାରେ ପିଜେଟିଭ ରିପୋର୍ଟ ମିଳିବାରୁ ତା’ଙ୍କୁ ଭୁବନେଶ୍ୱର ର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ,

ସେପଟେ ପୌରପରିଷଦ ପକ୍ଷରୁ ଲକ୍ଷ୍ମୀ ମାର୍କେଟ ଅଞ୍ଚଳକୁ ସାନିଟାଇଜ କରାଯାଇଥିବାବେଳେ ଲକ୍ଷ୍ମୀମାର୍କେଟ, ବଡ଼ବଜାର ଅଞ୍ଚଳକୁ ଆଜି ମଙ୍ଗଳବାର ସନ୍ଧ୍ୟା ୭ ଟାରୁ ଆସନ୍ତା ୧୨ ତାରିଖ ଶୁକ୍ରବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସିଲ କରି ଦିଆଯାଇଛି ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ପୌରପରିଷଦକୁ ଲାଗି ରହିଥିବା ପଦନପୁର ପଞ୍ଚାୟତର ବଡ଼ତୋଟା ଗ୍ରାମରେ ହୋଇଥିବାରୁ ଏହି ପଞ୍ଚାୟତକୁ ମଧ୍ୟ ଆଜି ସନ୍ଧ୍ୟାରୁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସରପଞ୍ଚ ସୁକାନ୍ତ ପରିଡ଼ା ସଟଡ଼ାଉନ ଘୋଷଣା କରିଛନ୍ତି । (ଜଟଣୀରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ)

Exit mobile version