କବୟିତ୍ରୀ ଝରଣା ପ୍ରଧାନୀ ରସମାଧୁରୀ ସମ୍ମାନରେ ସମ୍ମାନୀତ

୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କବିତା ଝଙ୍କାର ସାହିତ୍ୟ କଳା ସେବା ପରିଷଦ ସମ୍ବଲପୁର ଦ୍ବାରା ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଦ୍ଵିତୀୟ ବାର୍ଷିକୀ କବିତା ଝଙ୍କାର ମହୋତ୍ସବରେ କଳାହାଣ୍ଡି ଜିଲ୍ଲା ନର୍ଲାର ଯୁବ କବୟିତ୍ରୀ ଝରଣା ପ୍ରଧାନୀ ରାଜ୍ଯ ସ୍ତରୀୟ “ରସମାଧୂରୀ”ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ପୂର୍ବତନ ନାଏବ ସରପଞ୍ଚ କମଳା ପ୍ରଧାନୀଙ୍କ ନାତୁଣୀ ତଥା କବି,ନାଟ୍ୟକାର ସଂଗଠକ ଅରୁଣ ପ୍ରଧାନୀ ଏବଂ ସାମାଜିକ କର୍ମୀ ରାଜଶ୍ରୀ ପ୍ରଧାନୀଙ୍କ ସୁପୁତ୍ରୀ ଝରଣା ପ୍ରଧାନୀ ସାହିତ୍ଯ ସାଧନା ସହ ଆଞ୍ଚଳିକ ମଞ୍ଚ ଏବଂ ଅଧ୍ଯୟନ ରତ ମହାବିଦ୍ୟାଳୟରେ ମଞ୍ଚ ପରିଚାଳନା,ସଂଯୋଜନା କରି ବେଶ୍‌ ଆଦୃତ ହୋଇ ଆସୁଛନ୍ତି । ତାଙ୍କର ଅନେକ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି । କବିତା ଝଙ୍କାର ଦ୍ବାରା ଆୟୋଜିତ ଏହି ସମାରୋହରେ ରାଜ୍ଯର କୋଣ ଅନୁକୋଣରୁ କବି, ସାହିତ୍ୟକ,ସମାଜସେବୀ ଉପସ୍ଥିତ ଥିବାବେଳେ ଅତିଥି ଭାବେ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ,ଡକ୍ଟର ରଘୁନାଥ ମେହେର,ସସ୍ମିତା ମିଶ୍ର, ଲିଲିପଟେଲ, ପ୍ରବାସିନୀ ମିଶ୍ର,ନିତ୍ୟାନନ୍ଦ ଖମାରୀ କୃଷ୍ଣଚନ୍ଦ୍ର ବାରିକ,ଶିବାତ୍ମକ ପଣ୍ଡା,ସଦାଶିବ ମିଶ୍ର,ରବିଶଙ୍କର ପଶାୟତ ମଞ୍ଚାସୀନ ହୋଇ କବୟିତ୍ରୀ ସୁଶ୍ରୀ ଝରଣା ପ୍ରଧାନୀଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପତ୍ରିକା ” ହିତ୍ୟାଶା “ଉନ୍ମୋଚନ ହୋଇଥିଲା । ପରିଶେଷରେ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ

 

Exit mobile version