୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ )ଆର. ଉଦୟଗିରି :- ଆର. ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ ସାତ ନମ୍ବର ୱାର୍ଡ ଗମାଙ୍ଗସାହିରେ ଅଗ୍ନିକାଣ୍ଡ ଘଟି ଘର ସହ କୁକୁଡ଼ା ଓ ଛେଳି ସମ୍ପୂର୍ଣ ପୋଡି ପାଉଁଶ ହୋଇଛି l ଗମାଙ୍ଗସାହି ଠାରୁ ମାତ୍ର ଦେଢ଼ କିଲୋମିଟର ଦୂର ପାହାଡ ଘେରାରେ ଅଶୋକ କୁମାର ବଡ଼ରଇତଙ୍କ ସହ ପାଞ୍ଚ ଜଣ ସଦସ୍ୟ ଏକ ଚାଳଘରେ ବହୁ ବର୍ଷ ଧରି ବସବାସ କରି ଆସୁଥିଲେ l
କିନ୍ତୁ ଗତ କାଲି ସନ୍ଧ୍ୟା ପାଞ୍ଚ ଘଣ୍ଟାରୁ ଛଅ ଘଣ୍ଟା ମଧ୍ୟରେ କୌଣସି ଏକ କାରଣ ବଶତଃ ଅଗ୍ନିକାଣ୍ଡ ଘଟି ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଘରେ ଥିବା ସମସ୍ତ ଆସବାବ ପତ୍ର ,ନଗଦ 65 ହଜାର ଟଙ୍କା , ତିନି ବର୍ଷର ଗଛିତ ଧାନ ଏବଂ ସିଲେଇ ମେସିନ, ସ୍ପ୍ରେ ମେସିନ ସହ ଅନ୍ୟାନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି l ଘର ପାର୍ଶ୍ୱରେ ଥିବା ଗୁହାଳରେ ଥିବା ଗୋଟିଏ ଗାଇବାଛୁରୀ , ଦୁଇଟି ବଳଦ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଛେଳି ଛଅ ଗୋଟି ଏବଂ କୁକୁଡ଼ା ସତେଇଶି ଗୋଟି ନିଆଁ ରେ ଜଳି ପ୍ରାଣ ହରାଇଛନ୍ତି ବୋଲି ପରିବାର ଲୋକଙ୍କ ସହ ରାମଗିରି ଭି ଏ ଏସ – ଡ଼ଃ. ପ୍ରିୟ ରଞ୍ଜନ ବେହେରା ସୂଚନା ଦେଇଛନ୍ତି l ଘଟଣା ସ୍ଥଳକୁ ସୁବଲଡା ଗ୍ରାମପଞ୍ଚାୟତ ସରପଞ୍ଚ , ପି ଇ ଓ , ରାମଗିରି ଥାନା ଅଧିକାରୀ , ରାଜସ୍ବ ନିରୀକ୍ଷକ ଆଧିକାରୀ ରାମଗିରି , ରା. ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , ପଞ୍ଚାୟତ ସମିତି ଅଧ୍ୟକ୍ଷ , ବିଧାୟକ ପ୍ରତିନିଧି , ସୁବଲଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ଙ୍କ ସହ କିଛି ସମାଜ ସେବୀ ପରିଦର୍ଶନ ରେ ଯାଇଥିଲେ ଏବଂ ଅଗ୍ନି ବିପନ୍ନଙ୍କୁ ପଲିଥିନ, ରାସନ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଅଗ୍ନିବିପନ୍ନ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ବହୁ କଷ୍ଟରେ କୁଲି ମଜୁରୀ ଏବଂ ଚାଷବାସ କରି ଟଙ୍କା ଜମାକାରିଥିଲେ କିନ୍ତୁ ଦୈବୀ ଦୁର୍ଘଟଣାରେ ସବୁ ନଷ୍ଟ ହୋଇ ଅସହାୟ ହୋଇପଡିଛନ୍ତି ସପରିବାର ତେଣୁ ସରକାରଙ୍କ ତରଫରୁ ସେମାନଙ୍କୁ କିଛି ସହାୟତା ପ୍ରଦାନ କରିବାପାଇଁ ଗାଁ ମୁଖିଆ ବାଲାଜୀ ଗମାଙ୍ଗ ଏବଂ ୱାର୍ଡ ସଭ୍ୟା ଲଳିତା ମଣ୍ଡଳ ପରିଦର୍ଶନରେ ଆସିଥିବା ପ୍ରଶାସନିକ ଅଧିକାରୀ ମାନଙ୍କୁ ନିବେଦନ କରିଥିଲେ

