ନ୍ୟୁଯୁ ପ୍ରସାରଣର ମହାପ୍ରଭାବ ସହ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ସରକାର : ନିର୍ମାଣ ଚାଲିଛି ନୂତନ ବ୍ରିଜ୍

୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ତିନି ପଂଚାୟତ ବାସୀଙ୍କ ସହ କିଛି ଛୋଟବଡ ଗ୍ରାମର ଲୋକେ ପ୍ରତିଦିନ ୧୨ ରୁ ୧୫ ବର୍ଷ ତଳର ପୋଲ ବ୍ରିଜ ଉପରେ ବିପଜ୍ଜନକ ଭାବେ ଯାତାୟତ କରୁଥିବା ନେଇ ଗତ ୨୪/୮ ରେ ଆମ ପେପର ମାଧ୍ଯମରେ ଗ୍ରାମବାସୀଙ୍କ ସମସ୍ଯାକୁ ନେଇ ଏକ ନ୍ୟୁଯୁ ପ୍ରସାରଣ କରିଥିଲୁ ଯେଭୁଶୁଡି ପଡିବ କି ବୋଦାପୁଟ ରାସ୍ତାର ପୁରାତନ ପୋଲ, ଖଣ୍ଡଖଣ୍ଡ ହୋଇ ଝଡୁଛି ସିମେଣ୍ଟ ଖଣ୍ଡ,ରାସ୍ତାଚକଚକ ପୋଲ ଦୁର୍ବଳ,ନୂତନ ପୋଲ ନିର୍ମାଣ ଦାବି ! ଏହି ଖବର ପ୍ରସାରଣ ହେବା ପରେ ଗତ ୨୦/୯ ରେ ଗ୍ରାମ୍ଯ ଉନ୍ନୟନ ବିଭାଗର ଏସଡିଓ ,ଜେଇ ଓ ରାସ୍ତାକାର୍ଯ୍ଯ କରୁଥିବା ଠିକାଦାର ବ୍ରିଜ ସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ପୋଲ ପରିଦର୍ଶନ କରି ନୂତନ ପୋଲ ବ୍ରିଜ ନିର୍ମାଣ କରାଯିବା ନେଇ ସରକାରଙ୍କ ନଜରକୁ ନିଆଯାଇଛି ଏବଂ ଯୋଜନା ପ୍ରସ୍ତୁତ ହୋଇସାରିଛି ବୋଲି କହିଥିଲେ ବିଭାଗୀୟ ଏସଡିଓ ! ଗ୍ରାମବାସୀଙ୍କ ସମସ୍ଯାକୁ ରାଜ୍ଯ ସରକାରଙ୍କ ପକ୍ଷରୁ ଗୁରୁତ ଦେଇ ନୂତନ ପୋଲ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ପଂଚାୟତବାସୀ ଙ୍କ ପକ୍ଷରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ଯବାଦ ଅର୍ପଣ କରିବା ସହ ସେମାନଙ୍କ ମଧ୍ଯରେ ଏବେ ଖୁସିର ଲହରୀ ଖୋଳିଯାଇଛି !ତେବେ ବ୍ରିଜ୍ ନିର୍ମାଣ କାର୍ଯ୍ଯ ଅନିୟମିତା ହେଉଥିବାର ସହ ସଠିକ କାର୍ଯ୍ଯ ହେଉନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ! ବାରମ୍ବାର ଦାବି ପରେ ନୂତନ ବ୍ରିଜ ପଂଚାୟତବାସୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରିଯାଇ ଥିବା ବେଳେ ଏଥିପ୍ରତି ଟିକେ ବିଭାଗୀୟ ଅଧିକାରୀ ମାନେ ସତନ୍ର୍ତ ଦୁଷ୍ଟି ଦେବା ସହ କାର୍ଯ୍ଯର ତଦାରଖ ସଠିକ୍ ଭାବେ କରିବା ନେଇ ସାଧାରଣରେ ଦାବି ହେଉଛି ! ଆମ ପ୍ରତିନିଧି ବିକ୍ରାନ୍ତ କୁମାର ବେବର୍ତ୍ତା ଓ ଆମ ନ୍ଯୁଜ ପ୍ରଭାବରେ ଲୋକେ ନୂତନ ବ୍ରିଜ ପାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ଅଂଚଳବାସୀ !

Exit mobile version