୧୫ ଜାନୁଆରୀ ରବିବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ପ୍ରତିନିଧି ଅମୂଲ୍ୟ କୁମାର ବାରିଙ୍କ ରିପୋର୍ଟ :- ରାଜ୍ୟ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ , ଆଜି କଟକ ସଦର ବିଜେଡି ପକ୍ଷରୁ କଟକ ଗୋପାଳପୁର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ, ଅନୁଷ୍ଠିତ ସଭାରେ କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲା ବିଜେଡି ସଭାପତି ଦେବାଷିଶ ସାମନ୍ତରାୟ, ମେୟର ସୁବାଷ ସିଂ, କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିଆଳୀ ବିଧାୟକଡାକ୍ତର ପ୍ରମୋଦ କୁମାର ମଲ୍ଲିକ, 
ନଗର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ମୀରା ପରିଡା,ଶୁଭଦ୍ରା ବେହେରା, ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆସନ୍ତା ୨୦୨୪ ନିର୍ବାଚନ ପାଇଁ କଟକ ସଦରରୁ ସାଂଗଠନିକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେଲା , କଟକ ସଦର ନିର୍ବାଚନ ମଣ୍ଡଳୀରେ ଚନ୍ଦ୍ର ସାରଥୀ ବେହେରା ଅପ୍ରତିଦ୍ୱନ୍ଦୀ ଭାବେ ବହୁ ଭୋଟରେ ବିଜୟୀ ହେବେ ବୋଲି ଦେବାଷିଶ ସାମନ୍ତରାୟ କହିଥିଲେ । ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡ଼ି କୁ ସୁଦୃଢ କରିବା ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ଜନସାଧାରଣ ଏବଂ ବିଶେଷ କରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ, ମିଶନ ଶକ୍ତି ଗଠନ କରାଯାଇଛି । ବ୍ୟାଙ୍କ ଜରିଆରେ ବିନା ସୁଧରେ ଏସଏଚଜି ରୁଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ପ୍ରତି ମାସରେ ପଞ୍ଚାୟତ ଏବଂ ସିଏମସିର ବିଭିନ୍ନ ୱ।ର୍ଡ଼ରେ ମହିଳା, ଯୁବକ ଏବଂ ସାଧାରଣ ଭୋଟରଙ୍କୁ ନେଇ ସାଙ୍ଗଠନିକ ବୈଠକ କରାଯିବ ବୋଲି କହିଥିଲେ । ଏହି ବୈଠକରେ ବିଭିନ୍ନ ପଞ୍ଚାୟତରରୁ ଆସିଥିବା ସରପଂଚ, କର୍ପୋରେଟର, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା , ପଞ୍ଚାୟତ ଏବଂ ୱର୍ଡ଼ ସଭାପତିଙ୍କ ସମେତ ସର୍ବାଧିକ ମହିଳା ମାନେ ଯୋଗ ଦେଇଥିଲେ ।

