୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ଏକଡାଳିଆ ଗ୍ରାମ ରେ ଦେବ ଦେବ ମହାଦେବ ବାବା ସୋମନାଥଶ୍ୱର ଦେବ ଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ତଥା ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳ ର ସଧାରଣ ସମ୍ପାଦକ୍ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ବାବା ସୋମନାଥଶ୍ୱର ଦେବଙ୍କ ପୀଠରେ ମକର ଯାତ୍ରା ଅନୁଷ୍ଠିତ ହୋଇଯାଇଛି, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ସୁସଙ୍ଗଠିକା ନାରୀ ନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ, ସମ୍ମାନିତ ଅତିଥି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ,
ଚିଲିକା ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଉତ୍କଳ ପାଇକରାୟ, ତୁମୁରାପୁଟ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ ସେଠୀ, ଦାମୀଆ ବରାବରା ସରପଞ୍ଚ ଶ୍ରୀଯୁକ୍ତ କାବୁ ଷଣ୍ଢ,କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀଯୁକ୍ତ ବ୍ୟୋତ୍ କେଶ୍ ମହାପାତ୍ର , କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ସଭାପତି ଶ୍ରୀଯୁକ୍ତ ନବକିଶୋର ସ୍ବାଇଁ,ପୋଲିସ କମିଶନର ଏ .ସା. ଇ ତଥା ଯାତ୍ରା ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଲେଙ୍କା,କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ସମିତିସଭ୍ୟ ପ୍ରତିନିଧି ତଥା ସମାଜ ସେବୀ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପଲେଇ, ସମାଜ ସେବୀ ଶ୍ରୀଯୁକ୍ତ ସାଧୁ ଚରଣ ବରାଳ, ଏକ ଡାଳିଆ ଗ୍ରାମ ରେ ବହୁ ବର୍ଷ ଧରି ମକର ଯାତ୍ରା ହେଉଛି, ମଧ୍ୟାହ୍ନ ସମୟରେ ଗ୍ରାମର କଳାକାର ମାନଙ୍କୁ ନେଇ ପୌରାଣିକ ରାମାୟଣ ନାଟକ ପରିବେଷଣ କରିବା ସହ ରାତ୍ର ସମୟରେ ଗ୍ରାମର କଳାକାର ମାନେ ନିଜ ନିଜ ର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳା ପ୍ରଦର୍ଶନ କରିଛନ୍ତି,ଏକଡାଳିଆ ଗ୍ରାମବାସୀ ମାନଙ୍କ ସହଯୋଗ ସହ ଅତି ସୃଙ୍ଖଳିତ ଭାବରେ ମକର ଯାତ୍ରା ପରିବେଷଣ ହେଇଯାଇଛି।

