ବୈପାରିଗୁଡା ଠାରେ ତେଲୁଗୁ ସମ୍ପ୍ରଦାୟର ପାରମ୍ପରିକ ଭୋଗି ଓ ପୋଙ୍ଗଲ ପର୍ବ ଅନୁଷ୍ଟିତ

୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ସ୍ଥିତ ୧୫୧ ବିଏନ ବିଏସଏଫ ଯବାନ ଓ ବୈପାରିଗୁଡା ବ୍ଲକର ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଡିଏନକେ ପଡିଆ ଠାରେ ଭୋଗୀ ପର୍ବ ଆରମ୍ଭ ହୋଇଛି ! ତେଲୁଗୁ ସମ୍ପ୍ରଦାୟର ଏହା ବଡ଼ ପର୍ବ ହୋଇଥିବାରୁ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ପଡାଲ ,ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ନାଏବ ସରପଂଚ ସୁଶାନ୍ତ କୁମାର ସାହୁ, ବିଧାୟକ ପ୍ରତିନିଧି ରମେଶ ସ୍ବାଇଁ, କୋରାପୁଟ ସାସଂଦ ପ୍ରତିନିଧି ପି.ରମେଶ ପାତ୍ର, ବିଜେଡି ବ୍ଲକ ଆବାହକ ହେମନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି ! ସେହି ପରି ଭାବେ ଯବାନ ମାନଙ୍କୁ ନେଇ ବିଏସଏଫମୁଖ୍ଯ କାର୍ଯାଳୟ ପରିସର ଭିତରେ ବିଏସଏଫ କମାଣ୍ଡେଂଟ ଶ୍ରୀ ଅଜୟ କୁମାର ଉପସ୍ଥିତ ରହି କାଠଗଣ୍ଡି ରେ ନିଆଁ ଲଗାଇଥିବାର ଜଣାପଡିଛି ! ବ୍ଲକରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ କାଠଗଣ୍ଡି ଜାଳି ଭୋଗୀ ଓ ପୋଙ୍ଗଲ ପର୍ବ ଆରମ୍ଭ କରିଛନ୍ତି । ପ୍ରଥା ଅନୁସାରେ ମକର ସଂକ୍ରାନ୍ତି ପୂର୍ବଦିନ ବିଳମ୍ବିତ ରାତିରେ କାଠଗଣ୍ଡି ଜଳିବାର ପରମ୍ପରା ରହିଛି, ଯାହାକୁ ଭୋଗୀ କୁହାଯାଏ । ଦ୍ୱିତୀୟ ଦିନ ପାଣ୍ଡୁକୁ ନିଜ ପୂର୍ବଜଙ୍କ ପାଇଁ ସମର୍ପିତ କରିଥା’ନ୍ତି ।ନୂତନ ବସ୍ତ୍ର ପିନ୍ଧି ପୂବର୍ଜଙ୍କୁ ଶ୍ରାଦ୍ଧ ଦେଇଥା’ନ୍ତି । ଏପରିକି କାନୁଗୁ ଓ ମୁକାନୁଗୁରେ ପିଠାପଣା କରି ବନ୍ଧୁବାନ୍ଧବଙ୍କୁ ଡାକି ପର୍ବକୁ ଧୁମ୍‌ଧାମରେ ପାଳନ କରିଥାନ୍ତି ବୋଲି ତେଲୁଗୁ ସମ୍ପ୍ରଦାୟର ପି.ସୁରେଶ ପାତ୍ର ସୂଚନା ଦେଇଛନ୍ତି । ଏହା ସହ ପ୍ରତିଦିନ ସଂନ୍ଧ୍ଯା ସମୟରେ ବିଭିନ୍ନ ପ୍ରକାର କାର୍ଯ୍ଯକ୍ରମ ରହିଥିବାର ଜଣାପଡିଛି !

Exit mobile version