ଶବ ହୋଇ ମଶାଣିକୁ ଗଲା ରୋଜଗାରିଆ ପୁଅ : ପରିବାର ଚଳାଇବାକୁ ସାଜିଥିଲା ଶ୍ରମିକ

୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ପରିବାର ଚଳାଉଥିବା ବାପା ରାମ ପରଜା ତାଙ୍କ ସ୍ର୍ତୀ ଓ ୩ ଜଣ ପୁଅକୁ ଛାଡି ଆରପାରିକୁ ଚାଲିଗଲା ପରେ ଘରର ଆର୍ଥିକ ସ୍ଥିତି ଆଗରେ ହାର ମାନି ମା କୁ ଛାଡି ଗାଁ ଠାରୁ ବହୁଦୂରକୁ ଯାଇ ପୁଅ ଶ୍ରମିକ ଭାବେ କାର୍ଯ୍ଯ କରୁଥିବା ବେଳେ ସେଏ ମଧ୍ଯ ଅଧାବାଟରେ ମା କୁ ଛାଡି ଚାଲିଗଲେ ଆରପାରିକୁ ! ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ ରୋଜଗାରିଆ ପୁଅକୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଲେ ମା ଓ ଗ୍ରାମବାସୀ ! ନିଜ ପରିବାରଚଳାଇବା ପାଇଁ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର ଟଙ୍କା ବଦଳରେ ଦାଦନଙ୍କ ଫେରିଛି ମୁତଦେହ! ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ବୋଦାପୁଟ ପଂଚାୟତ ଅନ୍ତର୍ଗତ କୁରକୁଟି ଗ୍ରାମରେ !ଗାଁର ବିମଳା ପରଜାଙ୍କ ପୁଅ ବଳରାମ ପରଜା ଅସହାୟ ଗରିବ ଅଭାବ ଅନାଟନରେ ପଡ଼ି ନିଜ ପରିବାର ପ୍ରତିପୋଷଣ କରିବାକୁ ଚେନ୍ନାଇ କୁ ଦାଦନ ଖଟିବାକୁ ଯାଇଥିଲେ । ସେ ଫେରିବା ବଦଳରେ ତାଙ୍କ ମୃତଦେହ ଘରକୁ ଫେରିଛି । ହେଲେ ବିଧିର ବିଧାନ ଥିଲା କିଛି ଅଲଗା।ମିଳିଥିବା ସୂଚନା ଅନୁସାରେ କୁରକୁଟି ଗ୍ରାମର କିଛି ଯୁବକଙ୍କ ସହିତ ବଳରାମ କାମ କରିବାକୁ ଚେନ୍ନାଇ ଯାଇଥିଲେ ! ତେବେ ସେଠାରେ କେମିତି ଯୁବକ ଜଣଙ୍କ ମୁତ୍ଯୁବରଣ କଲେ ତାହା ସନ୍ଦହେ ଘୋର ଭିତରେ ଲୁଚି ଯାଇଥିଲେ ମଧ୍ଯ ପ୍ରେମବେପାରକୁ ନେଇ ବଳରାମ ଆତ୍ମହତ୍ଯା କରିଥିବା ତାଙ୍କ ସାଙ୍ଗସାର୍ଥି ଓ ଗ୍ରାମବାସୀଙ୍କ ଠାରୁ ସୂଚନା ହସ୍ତର୍ଗତ ହୋଇଛି ! ଅନ୍ଯସାଥି ମାନେ କହିବା ଅନୁସାରେ ସେମାନେ ସମସ୍ତ କାର୍ଯ୍ଯ ପାଇଁ କମ୍ପାନୀକୁ ଚାଲିଗଲେ ଏବଂ କାମ ଶେଷ କରି ଘରକୁ ଆସି ଦେଖିବା ବେଳେ ବଳରାମ ଆତ୍ମହତ୍ଯା କରିଥିବା ଜାଣି ପରିବାରବର୍ଗ ଓ ପୋଲିସକୁ ଖବର ଦେଇଥିବାର ପ୍ରକାଶ କହିଛନ୍ତି ବଳରାମର ସାଥି ! ଚେନ୍ନାଇରୁ ମୃତଦେହ ଜଣେ ସାଥି ଆଣିଥିବା ବେଳେ ଯୁବକ ଜଣ ଶ୍ରମିକ ଭାବେ କାମ କରୁଥିବା କମ୍ପାନୀ ସହାୟତାରେ ଯୁବକଙ୍କ ମୃତଦେହ ଏକ ଆମ୍ବୁଲାନ୍ସରେ ନିଜ ଗାଁକୁ ପହଞ୍ଚିଛି।ଏହା ପରେ ଅଞ୍ଚଳରେ ଶୋକାଳୁଳ ପରିବେଶ ଦେଖିବାକୁ ମିଳିଛି। ପରେ ଗ୍ରାମବାସୀ ସହାୟତା ଯୁବକଙ୍କ ଶେଷକୃତ ସମ୍ପର୍ଣ୍ଣ ହୋଇଥିବା ସୂଚନା ମିଳିଛି।ପରେ ଗାଁ ମଶାଣିରେ ଯୁବକଙ୍କ ଶବଦାହ କରାଯାଇଛି। ପରିବାରର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା- ଦୁଇ ଭାଇ ଭାଙ୍ଗି ପଡିଛନ୍ତି।

Exit mobile version