ଭୁବନ ସହର : ମକର ମେଳାରେ ବଣଚଣ୍ଡୀ ପୀଠରେ ୧୦ ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ସହର ର ଅନତି ଦୂରରେ ଭରତି ପାହାଡ ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ରାମଚଣ୍ଡୀ (ବଣଚଣ୍ଡୀ) ପୀଠରେ ପବିତ୍ର ମକର ମେଳା ରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ମା ଙ୍କୁ ଦର୍ଶନ କରିବା ସହ ପାହାଡ ଚଢିଥିଲେ । ପ୍ରାତଃ ସମୟରୁ ରୀତିନୀତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା ଓ ମକରଚାଉଳ ଲାଗି କରାଯାଇ ମଧ୍ୟାହ୍ନରେ ହୋମଯଜ୍ଞ ହୋଇଥିଲା । ହୋମଯଜ୍ଞ ପରେ ଶତାଧିକ ଭକ୍ତ ସାମୁହିକ ପ୍ରସାଦସେବନ କରିଥିଲେ ।ସିଦ୍ଧ ରାମଚଣ୍ଡୀ ସେବକ ସଂଘ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଂଧ୍ୟାରେ ମକରମେଳା ଅନୁଷ୍ଠିତ ହୋଇଥିଲା । ଦିନିକିଆ ମକରମେଳା ନିମନ୍ତେ ବହୁ ଉଠା ଦୋକାନୀ ପସରା ମେଲିଥିଲେ । ଅନୁରୂପ ଭାବେ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର, ବାବା କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ), ଜଗନ୍ନାଥ ମନ୍ଦିର, ବାଟ ତାରିଣୀ, ବାଟ ମଙ୍ଗଳା, ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିର,ମା ବଣିଜାରୀ, ଅରାସାହି ସ୍ଥିତ ସିଦ୍ଧ ରାମଚଣ୍ଡୀ ଙ୍କ ପୀଠରେ ଶହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତିରେ ମହାସମାରୋହରେ ମକରମେଳା ଅନୁଷ୍ଠିତ ହୋଇଯାଇଛି ।

Exit mobile version