୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପୁରୀ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଅଷ୍ଟମ ଦିନରେ ଲଙ୍କା କାଣ୍ଡ ପାଠ କରାଯାଇଥିଲା | ଲଙ୍କା କାଣ୍ଡ ପ୍ରସଙ୍ଗରେ ଧର୍ମର ଜୟ ଦେଖିବାକୁ ମିଳିଥିଲା | ମେଘନାଦ, କୁମ୍ଭକର୍ଣ୍ଣ ବଦ୍ଧ ପରେ ପପି ରାବଣକୁ ପ୍ରଭୁ ଶ୍ରୀରାମ ବଦ୍ଧ କରିଥିଲେ | 
ଲଙ୍କାରେ ବସବାସ କରୁଥିବା ରାକ୍ଷସ, ରାକ୍ଷସୀ ମାନେ ଭଗବାନ ଶ୍ରୀରାମ ଙ୍କ ଶରଣାଗତ ହୋଇଥିଲେ | ମାତା ସୀତାଙ୍କୁ ଉଦ୍ଧାର କରିବା ପରେ ଅଗ୍ନି କୁ ସାକ୍ଷୀରଖି ପୁଷ୍ପପକ ବିମାନରେ ବାନର ସେନା ସହ ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରେ ଲଙ୍କା କାଣ୍ଡ ପାଠ କରିଥିଲେ | ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |

