କନ୍ଧମାଳର ବିଜେଡି ପ୍ରତିଷ୍ଠା ଦିବସ ୨୨ରେ ହେବ

୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ଜିଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧକ୍ଷତାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲବାଣୀ ଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ବିହନ ନିଗମର ଅଧକ୍ଷ ବିଜୟ ନାୟକ, ମହିଳା ସଭାନେତ୍ରୀ ପୁନମ କହଁର, ଖଜୁରୀପଡା ବ୍ଲକ ଚେୟାରମ୍ୟାନ ସୁଶ୍ରୀ ଅନିମା କହଁର , ବିଧାୟକ ଅଙ୍ଗଦ କହଁର , ଜିଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଳିକ, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହି ଚଳିତ ମାସ ୨୨ ତାରିଖରେ କନ୍ଧମାଳର ବିଜେଡି ପ୍ରତିଷ୍ଠା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Exit mobile version