ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗଜପତିର ଅନ୍ୟ ଏକ ଜଳପ୍ରପାତ ଡଙ୍ଗା ସିଲ୍

୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଗଜପତି :- ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗଜପତିର ଅନ୍ୟ ଏକ ଜଳପ୍ରପାତ ଡଙ୍ଗା ସିଲ୍ । ବଡପଦା ଠାରୁ ପାରଳାଖେମୁଣ୍ଡି ରାସ୍ତାରେ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଜଳପ୍ରପାତ । ଦୁଇଟି ପାହାଡ କୋଳରେ କୁଳୁକୁଳୁ ନାଦରେ ନିଃଶବ୍ଦ ଜଙ୍ଗଲ ପରିବେଶକୁ ଏକପ୍ରକାର ଚଳ ଚଞ୍ଚଳର ଭ୍ରମ ସୃଷ୍ଟି କରିଛି । ଏହାର ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କ ମନମୁଗ୍ଧକର ଓ ଜୀବନର ସମସ୍ତ ମାନସିକ ଭାରାକ୍ରାନ୍ତ  ଦୂର କରିବା ପାଇଁ ବେଶ ଉପଯୋଗୀ ପରିବେଶ । ଯିଏ ଏଠାକୁ ଆସୁଛି ଏଠାରେ କିଛି ସମୟ ଏହାର ପରିବେଶରେ ନିଜକୁ ହଜାଇ ଦେଇଛି । ଝରଣା ର ସ୍ୱଚ୍ଛ ଜଳ ଗଛଲତାର ସବୁଜମା, ପଥର ମୟ ପାହାଡ଼ର ଅପରୂପ ଶୋଭା ମନକୁ ଆନମନା କରିବାରେ କିଛି କମ୍ ନୁହେଁ । ଶୀତୁଆ ସକାଳରେ ଏଠାରେ ଥିବା ଜଳ କୁଣ୍ଡରେ ଗାଧୋଇବା ମଜା ଅତୀବ ନିଆରା ହୋଇଥିବା ବେଳେ । ପର୍ଯ୍ୟଟନ ରୁତୁରେ ଏଠାରେ ପିକନିକ କରିବା ପ୍ରକୃତରେ ଆନନ୍ଦଦାୟକ । ତେବେ ଆଜି ବି ଏହି ଜଳପ୍ରପାତ ଲୋକଲୋଚନର ଆଢ଼ୁଆଳରେ ଲୁଚି ରହିଛି । ଏଠାକୁ ଗମନାଗମନ ବ୍ୟବସ୍ଥା କରିବା ପାଇଁ ରାସ୍ତା ନିର୍ମାଣ ସହ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପ୍ରଚାର ପ୍ରାସାର କଲେ ପ୍ରକୃତି ପ୍ରେମୀଙ୍କ ସୁଅ ଛୁଟିବା ଆଶା କରାଯାଉଛି ।

Exit mobile version