Home ଓଡ଼ିଶା ଭୁବନ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନ :– ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ତହସିଲଦାର ଡ. ରୋଜାଲିନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ନିସ୍ୱାର୍ଥପର ଭାବେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ କରିବାକୁ ଏହି ଶିବିର ର ଆବଶ୍ୟକତା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡ. ମମତା ପାତ୍ର ଶିବିରାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଂଜନ ନାୟକ ଶିବିରର ବିବରଣୀ ପାଠ କରିବା ସହ ରଚନା , ଗୀତ , ରଙ୍ଗୋଲି ଓ ନୃତ୍ୟ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ମାନୀତ କରିଥିଲେ । ସାତ ଦିନିଆ ଏହି ଶିବିରରେ ସ୍ୱେଚ୍ଛାସେବୀ ମାନେ ଭଦଳିଆପଶି , ନୂଆଭୁବନ ଶିବ ମନ୍ଦିର , ରଗଡି ନିକଟସ୍ଥ ଅଷ୍ଟଶମ୍ଭୁ ମନ୍ଦିରପରିସରକୁ ସଫା ସୁତରା କରିଥିଲେ । ସ୍ତନ କର୍କଟ ର କାରଣ ଓ ନିରାକରଣ ଏବଂ ଯୁବ ବିକାଶ ସମ୍ବନ୍ଧରେ ଡ. ମମତା ପାତ୍ର ଆଲୋକପାତ କରିଥିଲେ । ଭୁବନ ଅଗ୍ନିଶମ ବିଭାଗ ଦ୍ୱାରା ଅଗ୍ନିନିରୋଧ ଓ ଫାଷ୍ଟଏଡ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଇଂ ଶକ୍ତି ପ୍ରସାଦ ସାହୁ ଙ୍କ ଦ୍ୱାରା ଯାଦୁବିଦ୍ୟା ଶିକ୍ଷା ଦିଆଯାଇଥିଲା । ସ୍ୱେଚ୍ଛାସେବୀର ଲକ୍ଷ୍ୟ ସଂପର୍କରେ ସମାଜସେବୀ ଲକ୍ଷ୍ମଣ କୁମାର ଦାସ ବିବରଣୀ ପ୍ରଦାନ କରିଥିଲେ । । ପ୍ରୋଗ୍ରାମ ଅଫିସର ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ୫୦ ଜଣ ସ୍ୱେଚ୍ଛାସେବୀ ଙ୍କ ସହିତ କର୍ମଚାରୀ ଲକ୍ଷ୍ମଣ ସାହୁ , ସୁନିଲ ପଟ୍ଟନାୟକ , ରଙ୍ଗଲତା ସାହୁ , ନିର୍ମଳା ସାହୁ ସହଯୋଗ କରିଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଶିଶୁ ପ୍ରତିଭା ପୁରସ୍କାର ବିତରଣି ଉତ୍ସଵ by Proprietor Abhimanyu Maharana September 19, 2026 ଆକାଶବାଣୀ ଏଫ ଏମ ରେନଵୋ ଏବଂ ଭାରତ ମସଲା ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana September 19, 2026 କୃତୀ ଶିକ୍ଷକ ଦିବଂଗତ କୈଳାଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ by Proprietor Abhimanyu Maharana September 19, 2026 ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି by Proprietor Abhimanyu Maharana September 19, 2026 ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ by Proprietor Abhimanyu Maharana September 19, 2026 ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼ by Proprietor Abhimanyu Maharana September 19, 2026