
୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- ଆଜି ସାରା ରାଜ୍ୟରେ ପରିବହନ ବିଭାଗ ଦ୍ଵାରା ସଡକ ସୁରକ୍ଷା ସପ୍ତାହ 2023 ପାଳନ କରାଯାଇଛି l ଠିକ୍ ଅନୁରୂପ ଚିତ୍ର କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଠାରେ ଦେଖିବାକୁ ମିଳିଥିଲା l ଶତାଧିକ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଫୁଲବାଣୀ ସଦର ମହକୂମା ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ l ଏଂବ RTO, MVI ସମେତ ବିଭାଗ ର ସମସ୍ତ ଅଧିକାରୀ ମାନେ ଏକ ରାଲି ରେ ବାହାରି ଫୁଲବାଣୀ ସହର ପରିକ୍ରମା କରିବା ସହ ଶଡ଼କ ସୁରକ୍ଷା କିପରି କରାଯିବ ସେ ଉପରେ ସ୍ଲୋଗାନ୍ ଦେଉଥିଲେ l ହେଲମେଟ ପିନ୍ଧି ଗାଡି ଚଳାଇବା, ମଦ୍ୟପାନ ନ କରି ଗାଡି ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା ସହିତ ଟ୍ରାଫିକ ନିୟମ ମାନି ଗାଡି ଚାଳନା କରିବା ପାଇଁ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରୁଥିବା ର ଦେଖିବାକୁ ମିଳିଥିଲା l

