ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ

୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- ଫୁଲବାଣୀ ସହରର ସ୍ଥାନୀୟ AJO ହାଇ ସ୍କୁଲ ଫୁଲାଣୀଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋ ଇ ଯାଇ ଅ ଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଫୁଲବାଣୀ ମ୍ୟୁନିସିପାଲଟି ର ଅଧ୍ୟକ୍ଷ ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଯୋଗ ଦେ ଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇନିଯିବି ବିଜୟ କୃଷ୍ଣ ପଟ୍ଟନାୟକ , ଏ ଜେ ଓ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଶିକ୍ଷକ ଯୁଧିଷ୍ଟିର ମହାନ୍ତି, କୋଲାଜିନି ଆଚାର୍ଯ୍ୟ, ମୋନୋରଞ୍ଜନ ପାଢ଼ୀ, ପର୍ଥନ l ଥପ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ lଏହି ଦିବସ ଉପଲକ୍ଷେ ଜିଲ୍ଲା ରକ୍ତ ଭଣ୍ଡାର ଫୁଲବାଣୀ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠି ତ ହୋଇଥିଲା l ଅନୁଷ୍ଠିତ କାର୍ଯକ୍ରମ କୁ ପାଞ୍ଚ ଶହ ଜଣ ଛାତ୍ର ଛାତ୍ରୀ ଓ ଯୁବକ ସଂଘ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଯୁବ ଭାଇ ଓ ଭଉଣୀ ମାନ ଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନଷ୍ଠିତ ହୋ ଇ ଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସ ର ମୂଖ୍ୟ ଲକ୍ଷ୍ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ଏହି ଦିବସର ଯୁବ ଭାଇ ଓ ଭଉଣୀ ମାନଙ୍କୁ କର୍ଣ୍ଣାଟକ ର ହୁବୁଲି ଠାରେ ଚାଲି ଥିବା 26 ତମ ଜାତୀୟ ଯୁବ ଉତ୍ସବ ର ଲାଇଭ ଟେଲିକlଷ୍ଟ ଦେଖି ଥିଲେ l ଏହି କାର୍ଯକର୍ମ କୁ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ l କୁଇଜ୍ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ଜାତୀୟ ଯୁବ ଦିବସ ଓ ସପ୍ତାହ 19 ଜାନୁଆରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ନେହେରୁ ଯୁବ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟ ବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଚନ୍ଦ୍ରମୋନି ଦେହୁରୀ ଧନ୍ୟ ବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ  .

 

Exit mobile version