ଗଜପତି ମହୋତ୍ସବ ଆରମ୍ଭ

୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଆର.ଉଦୟଗିରି ଗ୍ରାମର ଶିବ ମନ୍ଦିର ପଡିଆରେ ବ୍ଳକ ସ୍ତରିୟ ଗଜପତି ମହୋତ୍ସବ ଗୁରୁବାର ଆରମ୍ଭ ହୋଇଥିଲା । ଶ୍ରୀମମନ୍ତୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଏହା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥୀ ବିଜେଡି ଜିଲ୍ଲା ସଭାପତି ପ୍ରତିପ ନାୟକ, ଅନ୍ତରଜାମି ଗମାଙ୍ଗ, ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର , ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଡିଓ ଲରିମନ ଖର୍ସେଲ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ଯମୁନା ଦଳବେହେରା, ଦଣ୍ଡପାଣି ବଡମୁଣ୍ଡି, ବଣିକ ସଂଘ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ଏକ ମଡେଲ ରାଜ୍ୟ ଭାବେ ଉଭା ହୋଇଛି । ସାଢେ ୪ କୋଟି ଓଡିଆଙ୍କ ବିଶ୍ବାସ ଭାଜନ ପାଲଟିଥିବା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶ କିର୍ଯ୍ୟ ଆଗେଇ ଚାଲିଛି ବୋଲି ଶ୍ରମ ମନ୍ତୀ କହିଥିଲେ । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ସ୍ମରଣ କରି ଓଡିଶା ମାଟି ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିବା ସହ ମହାରାଜାଙ୍କ ବିଚାର ଧାରା ଜନମାନସର ଉନ୍ନତି ସକାଶେ ଉଦ୍ଧିଷ୍ଟ ଥିଲା । ସେହି ମହାପୁରୁଷଙ୍କ ମାଟିକୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ମାନ ଦେଇ ପାରଳାଖେମୁଣ୍ଡି ଉପଖଣ୍ଡକୁ ଗଜପତି ଜିଲ୍ଲାରେ କଳା ଓ ସଂସ୍କୃତି ଭରପୁର ରହିଛି ବୋଲି ଶ୍ରମମନ୍ତୀ କହିଥିଲେ । ସଭା କାର୍ଯ୍ୟକ୍ରମ ପରେ ଅତିଥୀଙ୍କ ଦ୍ବାରା ବ୍ଳକସ୍ତରିୟ କ୍ରିଡା ପ୍ରତିଯୋଗିତାରରେ କୃତିତ୍ବ ଓ ଶେଷ୍ଠ ପଞ୍ଚାୟତ, ଆଶା, ଶିକ୍ଷକ, ପିଇଓ, ଏସଜିଗୁଫୁକୁ ପୁରସ୍କତ କରିଥିଲେ । ଖୋଲା ଯାଇଥିବା ୨୦ଟି ବିଭିନ୍ନ ଷ୍ଟଲ ଅତିଥି ପରିଦର୍ଶନ କରିଥିଲେ । ବିଭିନ୍ନ ସାସ୍କୃତିକ ଦଳ ସମେତ ସିନମା କଳାକାର ସୁପ୍ରିୟା ଭଞ୍ଜ ଓ ସଙ୍ଗାତା ପାଢୀଙ୍କ ସୁମଧୁର ସଙ୍ଗୀତ ତାଳେ ତାଳେ ଶୀତ ସନ୍ଧ୍ୟାରେ ହଜାର ହଜାର ଶ୍ରୋତା ତଥା ଦର୍ଶକ ଝୁମି ଉଠିଥିଲେ । କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ସରପଞ୍ଚ , ସମିତି ତଥା ଜନପ୍ରତିନିଧି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version