ମୋହନା ରେ ଆଡମ୍ବର ମୋହତ୍ସବ ପାଳିତ

୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଡମ୍ବର ସହ ମୋହନା ଉତ୍ସଵ ପାଳନ ହୋଇଛି । ଆଜି ପ୍ରଥମ ଦିନରେ ସ୍ଥାନୀୟ ଶିଶୁ ମନ୍ଦିର ଛାତ୍ରୀ ମାନେ ଉତ୍କଳ ଜନନୀ ବନ୍ଦନା ଗାନ କରି ଉତ୍ସଵ ଟିକୁ ଶୁଭାରମ୍ଭ କରିଥିଲେ । ବିଡ଼ିଓ ତପସ୍ୱିନୀ ହଂସଦା ଉପସ୍ଥିତ ଅତିଥି, ଦର୍ଶକ, ଜନ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଉତ୍ସଵଟିକୁ ଉପଭୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ । ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଗଜପତି ଉତ୍ସଵ ଅବସରରେ ମୋହନା ଠାରେ ହେଉଥିବା ମୋହନା ଉତ୍ସଵ ସମ୍ପର୍କରେ ବିବରଣୀ ପଠନ କରିଥିଲେ ।

ଆଜି ମୋହନା ଉତ୍ସବରେ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ନିଜ ନିଜ ପ୍ରତିଭା ଗୁଡିକ ପଦର୍ଶନ କରିଥିଲେ । ଉତ୍ସବରେ ରାଜ୍ୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷ ଙ୍କ ସମେତ ବଣିକ ସଙ୍ଘ ସଭାପତି ମନୋଜ କୁମାର ସାହୁ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ । ଏହା ସହ ଗ୍ରାମ ପଞ୍ଚାୟତ ସ୍ତରରେ ହୋଇଥିବା ପ୍ରତିଯୋଗିତା ଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା କଳାକାର ମାନଙ୍କୁ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହା ସଙ୍ଗେ ରାଜ୍ୟର ପ୍ରସିଦ୍ଧ ସଂଗୀତ କାର ମଣ୍ଟୁ ଛୁରିୟା ଏବଂ ତାଙ୍କ ଦଳ ଦର୍ଶକଙ୍କୁ ଉଲସିତ କରିଥିଲେ ।

Exit mobile version