ରାଜ ସୁନାଖଳା ସେବା ସମବାୟ ସମିତି ର ଧାନ ମଣ୍ଡିରେ କଟନୀ ଛଟନୀ କୁ ବିରୋଧ କରି ଆସନ୍ତା କାଲି ରାସ୍ତାକୁ ଯିବେ ଚାଷୀ

୧୩ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାଜସୁନାଖଳା :- ରାଜସୁନାଖଳା ସମବାୟ ସମିତି ଅଧିନସ୍ଥ ନରେନ୍ଦ୍ରପୁର ଓ ରାଜସୁନାଖଳା ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ସମ୍ମିଳିତ ହୋଇ ଧାନମଣ୍ଡି ଖୋଲି ସରକାର ଧାନ କିଣିବା ଦାବୀରେ ରାଜ ସୁନାଖଳା ସମବାୟ ସମିତି ସମ୍ମୁଖରେ ଗତ ୯ତାରିଖ ରୁ ଚାରି ଦିନ ହେଲା ଚାଷୀଙ୍କ ଗଣଧାରଣା ଦେଇଥିଲେ ଏବଂ କିଛି ଚାଷୀ ମଧ୍ୟ ଧାନ ଆଣି ମଣ୍ଡିରେ ବିକ୍ରି ପାଇଁ ଥୋଇଥିଲେ ମଧ୍ୟ ଏଯାବତ ପ୍ରଶାସନ କୌଣସି ପଦକ୍ଷେପ ନେଲେ ନାହିଁ । ଏଭଳି ପ୍ରଶାସନିକ ଅବହେଳା ପାଇଁ ଚାଷୀ ମାନେ ଉତ୍ୟକ୍ତ ହୋଇ ସମବାୟ ସମିତି କାର‌୍ୟ୍ୟାଳୟରେ ଏକତ୍ରିତ ହୋଇ ଗଣଧାରଣା ଦେଇ ଚାଷୀ ଧାନ ତୁରନ୍ତ କିଣିବା ପାଇଁ ଦୃଢ଼ ଦାବି କରିଥିଲେ ।ପ୍ରଶାସନ ର କୌଣସି ଉଦବେଗ ନ ଥିବାରୁ ସମସ୍ତ ଚାଷୀ ଏକାଠି ହୋଇ ଧାନ ଧରି ଏକ ଶୋଭାଯାତ୍ରାରେ ରାଜ ସୁନାଖଳା ମିଶ୍ର ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚି ୫୭ନମ୍ବର ଜାତୀୟ ରାଜ ପଥ ଅବରୋଧ କରିବାକୁ ଉଦ୍ୟମ ବେଳେ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତିଶେଖର ମହାନ୍ତି,ଏସ ଡି ପି ଓ ସରଣକୁଳୁ ଓ ସ୍ଥାନୀୟ ତହସିଲଦାର ତଥା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା ସେଠାରେ ପହଞ୍ଚି ଆନ୍ଦୋଳନ ଉପରେ ହସ୍ତକ୍ଷେପ କରି ଚାଷୀଙ୍କୁ ବୁଝା ସୁଝା କରି ଆଲୋଚନା ପାଇଁ କହିବାରେ ଚାଷୀମାନେ ରାସ୍ତାକଡ଼ରେ ବସି ରହିଥିଲେ ।ଏ ସମ୍ପର୍କରେ ନିଷ୍ପତି ପାଇଁ ତହସିଲଦାର ଆହ୍ବାନ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଆର ସି ଏମ ର କର୍ମଚାରୀ ଆସି ମିଲର ଶିଶିର ସାହୁ ଙ୍କୁ ଧରି ଚାଷୀଙ୍କ ଧାନର ମାନ ନିର୍ଧାରଣ କରିଥିଲେ । ବହୁ ବାଦାନୁବାଦ ପରେ ଭଲ ଧାନ ବିନା କଟନୀ ଛଟନୀ ରେ ଓ ଅନ୍ୟ ଧାନ କୁ ମିଲର କ୍ୱିଣ୍ଟାଲ ପିଛା ୫କେଜି ୫୦୦ଗ୍ରାମ ପରିବର୍ତ୍ତେ ୪କେଜି ୫୦୦ଗ୍ରାମ କାଟିବାକୁ କହିବାରେ ଚାଷୀ କମିଟି ଗ୍ରହଣ କରିଥିଲା । ଫଳରେ ଚାଷୀ ଆନ୍ଦୋଳନ ଏକ ପ୍ରକାର ସଫଳ ହେଲା।ଚାଷୀଙ୍କ ଅଧିକାର ପାଇଁ ଆନ୍ଦୋଳନ ରତ ଚାଷୀଙ୍କୁ ସର୍ବ ସାଧାରଣ ରେ ଧନ୍ୟବାଦ ଦିଆଯାଇଛି ଓ ବିଳମ୍ବିତ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଏଥିପାଇଁ ସମଗ୍ର ରଣପୁର ଅଞ୍ଚଳରେ ଚାଷୀ ମାନେ ସେମାନଙ୍କ ଅଧିକାର ପାଇଁ ଏକାଠି ହୋଇ ଲଢେଇ ବକ୍ତା ମାନେ ଆହ୍ୱାନ ଦେଇଥିଲେ । ଏହି ଆନ୍ଦୋଳନରେ ସି ପି ଆଇ (ଏମ) ତଥା ରଣପୁର ଚାଷୀ ଆନ୍ଦୋଳନର ନେତା ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି,ଦୁଃଶାସନ ଜେନା,ଗଦା ଧର ପ୍ରଧାନ,ନିରଞ୍ଜନ ସ୍ଵାଇଁ, ମହନ୍ତ ଗୋପାଳ ଚରଣ ଦାସ,ଶ୍ୟାମସୁନ୍ଦର ସାମନ୍ତରାୟ,ସୁରଥ ପ୍ରଧାନ,ନିରଞ୍ଜନ ମହାପାତ୍ର,ବିଜୁଳି ମହାନ୍ତି,ଶତ୍ରୁଘନ ରାଉତ,,ରାଜକିଶୋର ପଟ୍ଟନାୟକ,କାହ୍ନୁ ଡାଳୁଆ,ଵଂସିଧର ନାୟକ,ସଞ୍ଜୟ ଦୋରା ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ । ସୁରେଶ ସ୍ଵାଇଁ, ଚାଷୀ ଆନ୍ଦୋଳର ଆବାହକ ।

Exit mobile version