ବୈପାରିଗୁଡା ଫ୍ରେଣ୍ଡସ୍ ୟୁନିଟ କ୍ଲବ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ଫ୍ରେଣ୍ଡସ୍ ୟୁନିଟ କ୍ଲବ ପକ୍ଷରୁ ସହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ କ୍ଲବର ସଭାପତି ଭୀମସେନ ହରିଜନଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟଅତିଥି ବିଏସ୍‌ଏଫ୍ ଇନ୍ସପେକ୍ଟର ରାଜବୀର ସିଂ ତମର ଓ ରାମଚନ୍ଦ୍ର ହାସାଁ, ସମ୍ମାନୀୟ ଅତିଥି କଲେଜ ଅଧ୍ୟକ୍ଷା ସେହ୍ନଲତା ପଟ୍ଟନାୟକ, ଏମ.ତେଜେଶ୍ୱର ରାଓ, କାମାକ୍ଷା ପ୍ରସାଦ ମାଝୀ, ଏନ.ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।ଅତିଥି ମାନେ ପ୍ରଥମେ ପରମପୂଜ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ଭାରତୀୟ ସଂସ୍କୃତିକୁ ବିଶ୍ୱ ଦରବାରରେ ସଠିକ ଭାବେ ଉପସ୍ଥାପନ କରିବା ସହ ନିଜ ନିଜ ଭିତରେ କଳହ ପରିବର୍ତେ ସାହାର୍ଯ୍ୟ ,ଘୃଣା ପରିବର୍ତେ ପ୍ରେମ କରିବା ଉପରେ ଗୁରୁତ୍ୱ ଦେବାକୁ ପରାର୍ମଶ ଦେଇଥିଲେ ।ଆଜିର ଦିନରେ ପରମପୂଜ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ମନ ପକାଇବା ପାଇଁ ଜାତୀୟ ଯୁବ ଦିବସ ପାଳନ କରାଯାଉଛି ବୋଲି ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।

୨୦୨୧-୨୦୨୨ ମସିହାରେ ବ୍ଲକ ଅଂଚଳର ଯେକୌଣସି ସ୍ଥାନରେ ଯୁବକଯୁବତୀ ଓ ଛାତ୍ରଛାତ୍ରୀ ମାନେ ସାମାଜିକ କ୍ଷେତ୍ରରେ ଉଲ୍ଲେଖୀନ କାର୍ଯ୍ୟ କିମ୍ବା ସମାଜସେବା , ଅସହାୟ ଗରିବ ଶ୍ରେଣୀର ଲୋକଙ୍କୁ ସେବା କାର୍ଯ୍ୟ କରିଥିବା ଯୁବଗୋଷ୍ଠୀଙ୍କୁ ସମ୍ମାନ କରିବା ନେଇ ଫ୍ରେଣ୍ଡସ୍ ୟୁନିଟ କ୍ଲବ ସ୍ଥିର କରିଥିବା ବେଳେ ବ୍ଲକର ୨୦ ଗୋଟି ପଂଚାୟତରୁ ୧୨ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚୟନ କରି ଆଜି କାର୍ଯ୍ୟକ୍ରମରେ ଅତିଥି ମାନେ ପୁରସ୍କାର ସହ ମାନପତ୍ର ପ୍ରଦାନ କରି ଜାତୀୟ ଯୁବ ଦିବସ ରେ ସମ୍ମାନୀତ ହୋଇଥିଲେ । ଫ୍ରେଣ୍ଡସ୍ ୟୁନିଟ କ୍ଲବର ସଭାପତି ଭୀମସେନ ବିଶୋଇ, କେ.ଉମା ମହେଶ୍ୱର, ମଧୁ ସୁନ୍ଦନ ରାଉତ, ସନୁ ତେନ୍ତୁଲିପଡିଆ,ଅଭିମନ୍ୟୁ ଗରଡି,କଲେଜର ଏନଏସଏସ ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version