YCDA ପକ୍ଷରୁ “ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଓ ସିଭିଲ ସୋସାଇଟିର ଭୂମିକା” ସମ୍ପର୍କିତ ବିକାଶ ସଂପାନ

୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ’ର ତିରିଶତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଓ ସିଭିଲ ସୋସାଇଟିର ଭୂମିକା” ସମ୍ପର୍କିତ ବିକାଶ ସଂପାନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନିଜ ବକ୍ତବ୍ୟ ରଖି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ଃ ଅରବିନ୍ଦ ବେହେରା କହିଥିଲେ ଯେ ସ୍ଥାୟୀ ବିକାଶର ୨୦୩୦ କାର୍ଯ୍ୟସୂଚୀ ହେଉଛି ପୃଥିବୀ ଓ ଏଠି ବସବାସ କରୁଥିବା ସବୁ ମଣିଷଙ୍କ ପାଇଁ ମର୍ଯ୍ୟଦା, ଶାନ୍ତି ଓ ପ୍ରଗତିର ରୂପରେଖ ନକ୍ସା । ଏହି କାର୍ଯ୍ୟସୂଚୀର ପ୍ରତ୍ୟେକ ଲକ୍ଷ୍ୟ ଆମେ ବଂଚୁଥିବା ସମୟ ଓ ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ମାନବୀୟ ଜୀବନର ମାଇଲଖୁଣ୍ଟ । ଏହାର ପ୍ରଭାବ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ହିଁ ବିକଳ୍ପ ।
