Home ଓଡ଼ିଶା ପୁରୀ : ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ସପ୍ତମ ଦିବସରେ ସୁନ୍ଦରକାଣ୍ଡ ପାଠ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ମହର୍ଷି ମହେଶ ଯୋଗୀଙ୍କ ୧0୫ ତମ ଜନ୍ମଉତ୍ସବ ପାଳିତ ୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ସପ୍ତମ ଦିନରେ ସୁନ୍ଦରକାଣ୍ଡ କାଣ୍ଡ ପାଠ | ଶବରୀ ଆଶ୍ରମରେ ପ୍ରଭୁ ଶ୍ରୀରାମ ପହଞ୍ଚି ସୁଗ୍ରୀବ ଙ୍କ ସହିତ ମିତ୍ରତା ସମ୍ବାଦ ପାଇବା ପରେ ସୀତା ମାତାଙ୍କ ଠାବ ଉଦେଶ୍ୟରେ ଋଷିମୁଖ ପର୍ବତରେ ପହଞ୍ଚି ସୁଗ୍ରୀବଙ୍କ ସହିତ ମିତ୍ରତା କରି ବାଳି ବଦ୍ଧ କରିଥିଲେ | ପ୍ରସଙ୍ଗ କ୍ରମରେ ଲଙ୍କା ଯାତ୍ରା ଆରମ୍ଭ କରିଥିଲେ | ଏହି ମଞ୍ଚରେ ପରମ ପୂଜ୍ୟ ଗୁରୁଃଶ୍ରୀ ମହର୍ଷି ମହେଶ ଯୋଗୀଙ୍କର ୧0୫ ତମ ଜନ୍ମଉତ୍ସବ ଅବସରରେ ଗୁରୁ ପୂଜନ, ଚତୁର୍ବେଦ ପାଠ, ଗୀତା ପାଠ କରିଥିଲେ | ଏଥିରେ ମୁଖ୍ୟ ଅତିଥି ରୂପେ ନେବଳ ଦାସ ମଠର ମହନ୍ତ ଡ଼ଃ ରାମ ଚରଣ ଦାସ ଉପସ୍ଥିତ ଥିବାବେଳେ ଋକ ବେଦ ଆଚାର୍ଯ୍ୟ ପଣ୍ଡିତ ଇତିକାନ୍ତ ଦାଶ, ଯଦୁର୍ବେଦ ଆଚାର୍ଯ୍ୟ ପଣ୍ଡିତ ଭାଗିରଥି ପଣ୍ଡା, ଶ୍ୟାମବେଦ ଆଚାର୍ଯ୍ୟ ପଣ୍ଡିତ ବଳରାମ ମିଶ୍ର, ଅଥର୍ବ ବେଦ ଆଚାର୍ଯ୍ୟ ପଣ୍ଡିତ ଶିବ ପ୍ରସାଦ ନନ୍ଦ ଙ୍କ ସମେତ ହାତୀଶାଳ ଚରକ ନଗର ବେଦ ବିଦ୍ୟାଳୟର ୩୧ ଜଣ ବିଦ୍ୟାର୍ଥୀ ଉପସ୍ଥିତ ରହି ବେଦ ପାଠ କରିଥିଲେ |ସମସ୍ତ ବ୍ରାହ୍ମଣ ମାନେ ମହାପ୍ରସାଦ ସେବନ କରିଥିଲେ | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରେ ସୁନ୍ଦରକାଣ୍ଡ ପାଠ କରିଥିଲା | ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ by Proprietor Abhimanyu Maharana August 16, 2026 ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ by Proprietor Abhimanyu Maharana August 16, 2026 ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ by Proprietor Abhimanyu Maharana August 15, 2026 ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026