
୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ରେ ଶୀତ ଲହରୀ ହେବାରେ ଲାଗିଛି । ଗତ ତିନି/ଚାରି ଦିନ ଧରି ଶୀତ ସାଙ୍ଗକୁ ଗୁଣପୁର କେତେକ ସ୍ଥାନରେ ପ୍ରବଳ ଶୀତ ଯୋଗୁଁ ଲୋକେ ଚୂଲି ମୁଣ୍ଡରେ,ଚକ ଜାଗାରେ ନିଆଁ କରି ଲୋକେ ବସିଥିବା ଦେଖିପାରୁଛୁ । କେବଳ ଡିସେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ କମ୍ ଶୀତ ହେବା ବେଳେ,ଜାନୁୟାରୀ ମାସ 2ୟ ସପ୍ତାହ ବେଳକୁ ଶୀତର ଲହରୀ ବାସୀ ଉଠୁଛି । ଆବାଡା ପଞ୍ଚାୟତ,ଶଗଡା ପଞ୍ଚାୟତ, ଫୁଟ୍ଟାସିଙ୍ଗ୍ ପଞ୍ଚାୟତ,କୁଲୁସିଙ୍ଗ ପଞ୍ଚାୟତ,ଚିନାସାରୀ ପଞ୍ଚାୟତ, ଟଲଣା ପଞ୍ଚାୟତ,ଜଲ୍ ତାର ପଞ୍ଚାୟତ ପାହାଡିଆ ଅଞ୍ଚଳ ବଣ ଜଙ୍ଗଲରେ ରହିଥିବା ଆଦିମ ଆଦିବାସୀ ଏହି ଶୀତ,କାକର ସହ୍ୟ କରି ଜୀବନ ଜୀବିକା ବଞ୍ଚିବା ବହୁତ କଷ୍ଟ ସାଧ୍ୟ ହୋଇପଡୁଛି । ତେବେ 3/4 ଦିନ ଧରି ପୁଣି ପ୍ରବଳ ଶୀତରେ ସାରା ଗୁଣପୁର ଅଥବା ରାୟଗଡା ଜିଲ୍ଲା ଏବେ ଥରୁଛି । ପାହାଡ,ଗଚ୍ଛ ଜଙ୍ଗଲ ଏରିଆରେ ଥଣ୍ଡା ଶରୀରକୁ ସହ୍ୟ କରିବା ଜନ ସାଧାରଣଙ୍କ ପାଇଁ ଏକ କଷ୍ଟକର ହୋଇପଡୁଥିଲେ ହେଁ ସ୍ଥାନେ ସ୍ଥାନେ ନିଆଁ ଜଳାଇ ଶୀତ ରୁ ରକ୍ଷା ପାଇବା ପାଇଁ ସେକି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଆଦିବାସୀ ଜନ ଗହଳି ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ସେଥିଯୋଗୁଁ ଶୀତର ଅସହ୍ୟ ବାତାବରଣ ବେଳେ ଜନସାଧାରଣଙ୍କୁ ପ୍ରଶାସନ ତରଫରୁ ଶୀତ ବସ୍ତ୍ର ପ୍ରଦାନ ଆଦିର ସହାୟତା ବ୍ୟବସ୍ଥା ହୋଇନାହିଁ , ଏଥିପାଇଁ ଗୁଣପୁର ଅଞ୍ଚଳର ପାହାଡିଆ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀ ତଥା ବୃଦ୍ଧ,ବୃଦ୍ଧା ଓ ବିଧବା,ଅକର୍ମଣ୍ୟ ଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଶୀତ ବସ୍ତ୍ର,କମ୍ବଳ ବଣ୍ଟନର ବ୍ୟବସ୍ଥା କରିବା ନେଇ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ଲୋକେ ଗୁହାରି କରିଛନ୍ତି ।

