୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ମାଲିକାପଡି ପଞ୍ଚାୟତର କୁମ୍ଭାର କୂପା ଦେରିନାଯୁ ଗ୍ରାମର ବିଶ୍ୱରବା ପ୍ରଧାନ,ବୟସ ୨୭ ନିଜ ଗାଡିରେ ନିଆଁ ଲଗେଇ ପାଖରେ ଥିବା ବରଗଛରେ ଚଢ଼ି ଦୌଡ଼ି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ନିଜର ଭାଇଙ୍କ ମଧ୍ୟରେ ସ୍ଥାନୀୟ ଘୁ ଉଦୟଗିରି ବଜାରରେ କୌଣସି କାରଣ ଯୋଗୁଁ ଗଣ୍ଡଗୋଳ ହୋଇଥିଲେ । ପରେ ସେ ସେଠାରୁ ଘରକୁ ପଳେଇ ଯାଇଥିଲେ ଓ କୁମ୍ଭାର କୂପା ଦେରୀନାଯୁ ସାହି ମୁଣ୍ଡିଆରେ ଅଶୋକ ଲେ ଲାଣ୍ଡ ଦୋସ୍ତ ଓଡି ୧୨-୧୩୦୦ ନମ୍ୱର୍ ବିଶିଷ୍ଟ ଗାଡ଼ିରେ ନିଆ ଲଗେଇ ଦେଇ ନିଜ ଭାଇ ବଡ ଭାଇ ଗନ୍ଧର୍ବ ପ୍ରଧାନଙ୍କୁ ଫୋନ୍ କରିଥିଲେ ।
ତୁରନ୍ତ ତାହା ଜାଣିବା ପରେ ବଡ଼ ଭାଇ ଓ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଓ ନିଆଁକୁ ଆୟତ କରିବାରେ ବ୍ୟସ୍ତ ଥିବା ବେଳେ ବିଶ୍ୱରବା ପ୍ରଧାନ ପାଖରେ ଥିବା ବରଗଛ ଉପରେ ଚଢ଼ି ଗାଡ଼ିରେ ଥିବା ରସି ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଓ ଅନ୍ୟମାନେ ନିଆଁ ଆୟତ କରିବାକୁ ବ୍ୟସ୍ତ ଥିବା ସମୟରେ ଆତ୍ମହତ୍ୟା କରିଥିବା ବିଶ୍ୱରବା ପ୍ରଧାନଙ୍କୁ କେହି ଦେଖି ପାରିଲେ ନାହିଁ କିମ୍ବା ଧ୍ୟାନ ଦେଇ ପାରିଲେ ନାହିଁ, ସେ ବରଗଛର ଏତେ ଉଚ୍ଚକୁ ଚଢ଼ି ଆତ୍ମହତ୍ୟା କରିଥିଲେ ଯେ ଦେଖିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ପୂର୍ବରୁ ଯୋଜନା ନ ହେଲେ ହଠାତ୍ ଏତେ ଦୂର ଗଛକୁ ଚଢ଼ି ଆତ୍ମହତ୍ୟା କରିବା ଅସମ୍ଭବ ବୋଲି ଆଲୋଚନା ହେଉଛି । ତେବେ ଘଟଣା ବିଷୟରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଯିବାପରେ ତୁରନ୍ତ ଅଗ୍ନିଶମ ଅଧିକାରୀ ମନରଞ୍ଜନ ପାଢୀଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ଗାଡ଼ିରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଆତ୍ମହତ୍ୟା କରିଥିବା ବିଶ୍ୱରବା ପ୍ରଧାନଙ୍କ ଶବକୁ ମଧ୍ୟ ଗଛ ଉପରୁ ଦୁଇଟି ସିଢି ଲଗେଇ ଉଲ୍ହେଇଥିଲେ । ପରେ ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହିତ ୧/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି ।

