୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ/ଦାରିଙ୍ଗବାଡି :- କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ରେ ଆୟୋଜିତ ଶୀତ ମହୋତ୍ସବ ର ଉଦଯାପନି ସଂଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ଅନୁଷ୍ଠାନ ର ସମ୍ପାଦକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ପଚିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ l
ବରିଷ୍ଠ ଲୋକକଳାକାର ତଥା ବେତାର ସଂଗୀତକାର ମାଷ୍ଟର ଚରଣ ବିନ୍ଧାଣୀ ସ୍ଵରଚିତ ସଂଗୀତ ବାଦୁବାଦୁଲା ରାଧା କୁଞ୍ଜବନିତାନି ସାନା ଗୀତର ତାଳେ ତାଳେ ଅନୁଷ୍ଠାନ ର କଳାକାର ମାନେ ଉଚ୍ଚସ୍ତରୀୟ ନୃତ୍ୟ ଅଭିନୟ କରିଥିଲେ ଯାହାକୁ ନେଇ ଉପସ୍ଥିତ ଦର୍ଶକ ଝୁମିଥିଲେ l ବରିଷ୍ଠ କଳାକାର ପ୍ରସନ୍ନ ବିନ୍ଧାଣୀ ଜଗନ୍ନାଥ ବିଶୋଇ ଅଶ୍ୱିନୀ ପାତ୍ର ଖିରୋଦ କୁମାର ଦଣ୍ଡସେନା ସୁପ୍ରଭା ପ୍ରଧାନୀ ପ୍ରମୋଦ ଦଣ୍ଡସେନା ଙ୍କ ନିଖୁଣ ନୃତ୍ୟ ଏବଂ ଅଭିନୟ କୁ ଦର୍ଶକ ଉଚ୍ଚପ୍ରଶଂସା କରିଥିଲେ l ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳ ଜ଼ିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ ବରିଷ୍ଠ ନାଟ୍ୟକାର ପତିତପାବନ ରାଉତ ସାମ୍ବାଦିକ ଅରୁଣ ସାହୁ ଅଜିତ ନାୟକ ସୁଶାନ୍ତ ସାହୁ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି !

