ନୟାଗଡରେ ପ୍ରବାସୀ ଫେରନ୍ତା ଶ୍ରମିକଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ କୁ ଉଦଘାଟନ କଲେ ଜିଲ୍ଲା ଦୌରାଜଜ

ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ନୟାଗଡ :- ନୟାଗଡ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ଥିବା ପୁଲିସ ଫାଣ୍ଡି ନିକଟରେ ଏହି ଲକଡାଉନ ପର୍ଯନ୍ତ ଅସ୍ଥାୟୀ ଭାବେ ପ୍ରବାସୀ ଶ୍ରମିକ ଅଭିଯୋଗ ପ୍ରକୋଷ୍ଠକୁ ଏଠାକାର ଜିଲ୍ଲାଜଜ ସମ୍ମାନୀୟା ରୂପଶ୍ରୀ ଚୌଧୁରୀ ଉଦଘାଟନ କରିଥିଲେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆୟୋଜିତ ଏହି କାର୍ଯକ୍ରମ ବେଶ ଶୃଙ୍ଖଳିତ ଭାବେ ହୋଇଥିଲା

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତ ବିଚାରପତି ପ୍ରସନ୍ନ କୁମାର ମିଶ୍ର ସମେତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ରା଼ଞ୍ଜୁଲତା ଲେଙ୍କା ପ୍ରମୁଖଙ୍କ ସମେତ ଜିଲ୍ଲା ଜଜ କୋର୍ଟ ର ପ୍ରଦୀପ ପଣ୍ଡା, ଗଦାଧର ବିଶ୍ୱାଳ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ଅନୁଷ୍ଠିତ କରି ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମୀଣ ସହାୟତା କର୍ମୀ ଲିପ୍ସା ଦାସ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ପ୍ରମୋଦ ମହାନ୍ତି, ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ (ରିପୋର୍ଟ :- ରାମକୃଷ୍ଣ ରଥ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version