
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ମୋହନା କଣ୍ଠେଇକୋଳି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ ମୋହନା ଅତିରିକ୍ତ ତହସିଲଦାର ଙ୍କ ଜନ୍ମ ଦିନ ବହୁ ଆଡମ୍ବର ସହକାରେ ପାଳିତ ହୋଇଛି, ଭାର ପ୍ରାପ୍ତ ତହସିଲଦାର ଶ୍ରୀ ହିମାଂଶୁ ଶେଖର ପଲେଇ ତାଙ୍କ ଜନ୍ମ ଦିନକୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ସହ ମିଶି କେକ କାଟି ପାଳନ କରିଥିଲେ | କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦାଣ୍ଡସି ସାହୁ ଯୋଗଦେଇ ଶ୍ରୀ ପଲେଇ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଭବିଷ୍ୟତ କୁସୁମିତ ହେଉ ବୋଲି ଆଶୀର୍ବାଦ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ |ପରିଶେଷରେ ଶ୍ରୀ ପଲେଇ ଅନ୍ତେବାସୀଙ୍କୁ କେକ ବଣ୍ଟନ କରିଥିଲେ |

