Home ଓଡ଼ିଶା ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଷଷ୍ଠ ଦିବସରେ ଅରଣ୍ୟ କାଣ୍ଡ , ସ୍ତ୍ରୀ ପାଇଁ ସ୍ୱାମୀ ଭଗବାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପୁରୀ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଷଷ୍ଠ ଦିନରେ ଅରଣ୍ୟ କାଣ୍ଡ ପ୍ରସଙ୍ଗରେ ଅତ୍ରି ମୁନି ଆଶ୍ରମ ପରିସରରେ ସତୀ ଅନୁସୂୟା ଜଗତ ଜନନୀ ମାତା ସୀତାଙ୍କୁ ସତୀ ଧର୍ମ ପାଳନ ଉପଦେଶ ଦେଇ ବୁଝାଇ ଥିଲେ ସ୍ୱାମୀ ଅନ୍ଧ ହେଉ, ବଧିର ହେଉ, ଅପଙ୍ଗ ହେଉ ସ୍ତ୍ରୀ ପାଇଁ ସ୍ୱାମୀ ଭଗବାନ|ନାରୀଧର୍ମ ରକ୍ଷା କରିବା ସହିତ ନିଜର ସତୀତ୍ୱ ବଜାୟ ରଖିବା ସହିତ ସ୍ୱାମୀ ସେବା କରିପାରିଲେ ଉତ୍ତମ ସମାଜ ଗଠନ ହୋଇପାରିବ | ଏହି ପ୍ରସଙ୍ଗରେ ରାବଣ ସୁନା ହରିଣ ରୂପରେ ଆସି ସୀତା ମାତାଙ୍କୁ ହରଣ କରିଥିଲେ | ସେହିଭଳି ପ୍ରସଙ୍ଗ କ୍ରମରେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ଭଗବାନ ଶ୍ରୀରାମ ଙ୍କ ଶକ୍ତି ପରୀକ୍ଷା କରିବା ଉଦେଶ୍ୟରେ ଚିତ୍ରକୂଟ ରେ ମାତା ସୀତାଙ୍କୁ ଭଗବାନ ଫୁଲ ସଜ କରୁଥିବା ସମୟରେ ଜୟନ୍ତ କାଉ ରୂପରେ ଆବିର୍ଭାବ ହୋଇ ମାତା ସୀତାଙ୍କର ପାଦକୁ ଥଣ୍ଟ ମାଧ୍ୟମରେ ସ୍ପର୍ଶ କରି ରକ୍ତାକ୍ତ କରିଦେଇଥିଲା |ଭଗବାନ ମନ୍ତ୍ର ବାଣ ବିନ୍ଦ କରିଥିଲେ |ଏହା ପରେ ଜୟନ୍ତ ଙ୍କୁ ମାତା ସୀତା ମୃତ୍ୟୁ -ଶ୍ରୀରାମ ଯମ ଭଳି ଦୃଶ୍ୟମାନ ହୋଇଥିଲେ | ଏହା ପରେ ଜୟନ୍ତ ଶିବଙ୍କ ଶରଣାଗତ ହୋଇ ନାରଦଙ୍କ ପରାମର୍ଶ ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ଶରଣ ଯାଇଥିଲେ | ମନ୍ତ୍ର ବାଣ ନିଷ୍କ୍ରିୟ କରିବାକୁ ଯାଇ ଏକ ଚକ୍ଷୁ ନଷ୍ଟ କରିଦେଇଥିଲେ | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରେ ଅରଣ୍ୟ କାଣ୍ଡ ପାଠ କରିଥିଲା | ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ସଂଯୋଜକ ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026