ମେନ୍ସ ହକି ୱାର୍ଲ୍ଡକପ୍,୨୦୨୩ ପୂର୍ବରୁ କଳିଙ୍ଗ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ନିୟୋଜିତ
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲ ପକ୍ଷରୁ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭର ଘୋଷଣା କରାଯାଇଛି । କମ୍ପାନୀ ଆଗାମୀ ପୁରୁଷ ହକି ବିଶ୍ୱକପ୍ର ଆୟୋଜନ କରୁଥିବା ଭୁବନେଶ୍ୱର ଓ ରାଉରକେଲାରେ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଲ୍ଟ୍ରାଫାଷ୍ଟ ୫ଜି ସେବାକୁ ନିୟୋଜିତ କରିଛି । ଏୟାରଟେଲ୍ ୫ଜି ପ୍ଲସ୍ ସେବାଗୁଡିକ ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ କାରଣ କମ୍ପାନୀ ଏହାର ନେଟ୍ୱର୍କ ସ୍ଥାପନ କରିବା ଓ ରୋଲ୍ଆଉଟ୍ ଶେଷ କରିବା କାମ ଜାରି ରଖିଛି । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍ୱର୍କ ଉପଭୋଗ କରିପାରିବେ ।
ବର୍ତମାନ ଏହି ୫ଜି ସେବା ଭୁବନେଶ୍ୱରର ନନ୍ଦନବିହାର, ପ୍ରଶାନ୍ତି ବିହାର, କିଟ୍, କଳାରାହଙ୍ଗ, ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍, ଇନ୍ଫୋସିଟି, କାନନ୍ ବିହାର ଫେଜ୍୧ ଓ ଫେଜ୍ ୨, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ଗାଡକଣ, ଶ୍ରୀ ବିହାର, ଚନ୍ଦ୍ରଶେଖରପୁର, ବିଡିଏ କଲୋନି, ଇଷ୍ଟ୍ କୋଷ୍ଟ ରେଲ୍ୱେ କଲୋନି, ଏକ୍ସଆଇଏମ୍ବି, ଫର୍ଚ୍ୟୁନ୍ ଟାୱାର, ମୈତ୍ରୀ ବିହାର, ଜୟଦେବ ବିହାର, ଏକାମ୍ରକାନନ ପାର୍କ, ଜଗନ୍ନାଥ ବିହାର, ଆଇଆର୍ସି ଭିଲେଜ, କଳିଙ୍ଗ ଷ୍ଟାଡିୟମ, ବେହେରା ସାହି, ଶାସ୍ତ୍ରୀ ନଗର, ସିଆର୍ପିଏଫ୍ ଛକ, ସମ୍ ହସ୍ପିଟାଲ ଏରିଆ, ଭରତପୁର, ଖଣ୍ଡଗିରି, ଆଇଗିଣିଆ, କଳିଙ୍ଗ ନଗର, କଳିଙ୍ଗ ବିହାର, ଚକେଇସିଆଣି, ରସୁଲଗଡ, ସହିଦ୍ ନଗର, ସତ୍ୟ ନଗର, ଖାରବେଳ ନଗର, ମାଷ୍ଟରକ୍ୟାଂଟିନ୍,
ରାଜମହଲ, ବାପୁଜୀ ନଗର, ଫରେଷ୍ଟପାର୍କ, ଗଙ୍ଗନଗର, କଳ୍ପନା, ବିଜେବି ନଗର, ଲେୱିସ୍ ରୋଡ୍, ରବି ଟକିଜ୍, ସାମନ୍ତରାପୁର, ବରଗଡ ବ୍ରିଟ୍ କଲୋନି, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱର ଓ ପଳାଶୁଣିରେ ଏବଂ କଟକରେ ବାଲିକୁଦା, ଗୋପାଳପୁର, କଲ୍ୟାଣିନଗର, ବାଲିସାହି, ରାଜେନ୍ଦ୍ର ନଗର, ନୂଆସାହି, ନୟାବଜାର, ମହାନଦୀ ବିହାର, ଚାଉଳିଆଗଞ୍ଜ, ଓଏମ୍ପି, ରେଲ୍ୱେ ଷ୍ଟେସନ, ମାଲ୍ଗୋଦାମ, ଶଙ୍କରପୁର, ବାଦାମବାଡି, ଦୋଳମୁଣ୍ଡାଇ, ଚୌଧୁରୀ ବଜାର, ବାଲୁବଜାର୍, ଦର୍ଘା ବଜାର, ମାଛୁଆ ବଜାର, ବେପାରୀ ସାହି, ବାରବାଟୀ ଷ୍ଟାଡିୟମ, 
ଚଣ୍ଡୀମନ୍ଦିର, କନିକା ଛକ, ସିଡିଏ ସେକ୍ଟର-୬, ସିଡିଏ ସେକ୍ଟର-୭, ସିଡିଏ ସେକ୍ଟର-୧୦, ସିଡିଏ ସେକ୍ଟର ୧୧ ଏବଂ ରାଉରକେଲାରେ ବାସନ୍ତୀ କଲୋନୀ, ଛେଣ୍ଡ୍, ବିର୍ସା ମୁଣ୍ଡା ଷ୍ଟାଡିୟମ, ଜଗଦା, ଡେଲି ମାର୍କେଟ୍, ବନ୍ଧମୁଣ୍ଡା, ଉଦିତ୍ ନଗର, ସିଭିଲ ଟାଉନ୍ସିପ୍, ରେଲ୍ୱେ ଷ୍ଟେସନ, କାଳୁଙ୍ଗା ଇଣ୍ଡଷ୍ଟ୍ରିଆଲ ଏରିଆ ଆଦିରେ ଉପଲବ୍ଧ ହେଉଛି । ଏୟାରଟେଲ୍ ଖୁବଶୀଘ୍ର ଏହାର ନେଟ୍ୱର୍କ ବିସ୍ତାର କରି ରାଜ୍ୟବ୍ୟାପୀ ଏହାର ସେବା ଉପଲବ୍ଧ କରିବ ।
