Home ଓଡ଼ିଶା ୭୪ ତମ ସାଧାରତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ୭୪ ତମ ସାଧାରତନ୍ତ୍ର ଦିବସ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରତନ୍ତ୍ର ଦିବସ କିଭଳି ସଫଳତାର ସହ ପାଳନ କରାଯିବ ସେ ନେଇ ଏଠାରେ ଆଲୋଚନା କରା ଯାଇଥିଲା। ପୂର୍ବ ବର୍ଷ ଅନୁଯାୟୀ ବିଭିନ୍ନ ବିଭାଗକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗର ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିବା ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧନା ଦିଆଯିବ। ଚଳିତ ବର୍ଷ ପ୍ରଜ୍ଞାପନ ମେଢ଼, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ହେବ। ସେହିପରି ଡିଏନକେ ଖେଳ ପଡିଆ ଠାରେ ପ୍ରଶାସନ ଏବଂ ମିଡ଼ିଆ ବନ୍ଧୁମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଖେଳାଯିବ । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଶ୍ରୀ ବଳଭଦ୍ର ଦୀପ, ଉପ ଜିଲ୍ଲାପାଳ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ତହସିଲଦାର ଶ୍ରୀ ଚନ୍ଦନ ଭୋଇ , ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ କୃପାସିନ୍ଧୁ ବେହେରା, ପୌର ପରିଷଦ ନିର୍ବାହୀ ଅଧିକାରୀ, ଶ୍ରୀ କାହ୍ନୁଚରଣ ପଟ୍ଟନାୟକ ଏବଂ ଜିଲ୍ଳାର ଅନ୍ୟାନ୍ୟ ଅଧିକାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026