ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡ ସହ ୨୦,୧୦୦ ଟଙ୍କା ଜୋରିମାନା

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିୟା ନାବାଳିକାର ଅପହରଣ ମାମଲାର ବିଚାର କରି ୧୨ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ୍ ଇତ୍ୟାଦିକୁ ଭିତ୍ତି କରି ଗୋପବନ୍ଧୁ ପ୍ରଧାନ ୩୦ବର୍ଷ ,ମାଲେରି ଗାଆଁ, ଖଜୁରୀପଡ଼ାକୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ସେ ସଶ୍ରମ କାରାଦଣ୍ଡ ସହ  ଟ୨୦, ୧୦୦ଙ୍କା (କୋଡ଼ିଏ ହଜାର ଏକଶତ ଟଙ୍କା) ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଚାରି ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସ୍ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ l

ସୁଚନା ଅନୁସାରେ ପିଡିତା ତା ୨୦.୦୫. ୨୦୧୬ରିଖ ରାତ୍ର ସମୟରେ ପରିସ୍ରା କରିବାକୁ ଘର ପଛ ପଟକୁ ଯାଇଥିଲା । ଅଭିଯୁକ୍ତ ଘର ପଛ ପଟୁ ପିଡିତାର ମୁହଁ ରେ ଗାମୁଛା ବାନ୍ଧି ଟେକି ନେଇ ଥିଲା ଏବଂ ଅଳ୍ପ ଦୂରରେ ଥିବା ଅଟୋରେ ନିଜ ଭାଇମାନଙ୍କ ସହାୟତାରେ ଅପହରଣ କରି,ମାଧେପୁରରେ ଗୋଟିଏ ଘରେ ରଖିଥିଲା ଏବଂ ଏହି ବିଷୟରେ କାହାକୁ କିଛି କହିଲେ ଜୀବନ ରେ ମାରି ଦେବାକୁ ଧମକ ଦେଇଥିଲା ।

ତାପରେ ପିଡିତାକୁ ଅଟୋ ଗାଡ଼ି ରେ ସୁଡ୍ରୁକୁମ୍ଫା ନେଇ ବଜାରର ଟିକିଏ ଆଗରେ ଛାଡ଼ି ଚାଲି ଯାଇଥିଲା । ପିଡିତା ନିଜ ଗାଆଁକୁ ଫେରିବା ପରେ ଖଜୁରୀପଡ଼ା ଥାନାରେ ଲିଖିତ ରିପୋର୍ଟ୍ ଦେଇଥିଲା ଏବଂ ଧାନାଧିକାରୀ ୫୧/୧୬ ରେ କେଶ୍ ରେଜିଷ୍ଟ୍ରେସନ କରି, ତଦନ୍ତ ସାରି ଅଭିଯୁକ୍ତକୁ ଅଦାଲତରେ ହାଜର କରିଥିଲେ ଏବଂ ମାନ୍ୟବର ବିଚାରପତି ମହାଶୟ ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି।

Exit mobile version