ବ୍ୟାସନଗର ପ୍ରେସ ଫୋରମର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ
୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ସାମ୍ବାଦିକମାନେ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ ରହିବ ସମ୍ବାଦ ପରିବେଶଣ କଲେ; ସମାଜର ହୀତସାଧନ ହୋଇଥାଏ ବୋଲି ବ୍ୟାନଗର ପ୍ରେସ ଫୋରମର ଚଦତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମଙ୍ଗଳବାର ପୂର୍ବାହ୍ଣରେ ଚୋରଦା ସ୍ଥିତ କୀର୍ଷ୍ଣା ଗାର୍ଡେନ ଠାରେ ଅନୁଷ୍ଠିତ ଫୋରମର ବାର୍ଷିକ ଉତ୍ସବ ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥିଭାବେ କୋରାଇର ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ସାମ୍ବାଦିକମାନେ ସମାଜ’ର ଜାଗ୍ରତ ପ୍ରହରୀ, ସେମାନେ ଲୁକାୟତ ଖବରକୁ ଲୋକଲୋଚନାକୁ ଆଣିଥାନ୍ତି ବୋଲି କହିଥିଲେ । 
ମୁଖ୍ୟବକ୍ତା ଭାବେ ଓୟୁଜେର ସଭାପତି ତଥା ଏନୟୁଜେର ମହାସଚିବ ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲୋ । ସମ୍ମାନିତ ଅତିଥିଭାବେ କଳିଙ୍ଗନଗରର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ସମାଜରେ ସାମ୍ବାଦିକମାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସାକରିଥିଲା କରିଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥିଭାବେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଯୋଗଦେଇ ସମ୍ବାଦିକମାନଙ୍କ ଖବର ସମାଜର ହିତସାଧନ କରିଥାଏ ବୋଲି କହିଥିଲା । ଫୋରମର ସାଧାରଣ ସଂପାଦକ ମଳୟ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲା ବେଳେ ଉପସଭାପତି ଦୟାନିଧି ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହିଅବସରରେ ଫୋରମର ମୁଖପତ୍ର ‘ବ୍ୟାସଜ୍ୟୋତ’କୁ ଅତିଥିମାନଙ୍କ ଦ୍ୱାରା ଲୋକପିର୍ତ କରାଯାଇଥିଲା । ଚଳିତବର୍ଷର ଉତ୍ସବଟି ସାମ୍ବାଦିକମାନଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିବାରୁ ଓଟିଭି’ର ସାମ୍ବାଦିକା ରାଜଶ୍ରୀ ସାହୁ, ସମାଜ’ର ସହ-ସଂପାଦିକା ସୁକାନ୍ତି ରାଉତ(ଯାଜପୁର ସଂସ୍କରଣର ମୁଖ୍ୟା), ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା(ଧର୍ମଶାଳା), ସମ୍ବାଦ’ର ଜିଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂ, ପ୍ରଗତିବାଦୀ’ର ଜିଲା ପ୍ରତିନିଧି ବାବୁରାମ ଜେନା, ଧରିତ୍ରୀ’ର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା, ବରିଷ୍ଠ ସାହିତ୍ୟିକା ବିଦ୍ୟୁତ୍ ଲତା ଦାସ, ବରିଷ୍ଠ ଚିକିତ୍ସକ ଡା.ବିନୟ କୁମାର ନାୟକ ଓ ଯୁବଟେଲି ଅଭିନେତ୍ରୀ ଅଙ୍କିତା ମିଶ୍ର ପ୍ରମୁଖଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଶିଳ୍ପଉଦ୍ୟୋଗ ସମ୍ମାନରେ ଟାଟା ଷ୍ଟିଲ କଳିଙ୍ଗନଗର, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କଳିଙ୍ଗନଗର, ଖଣିସୁରକ୍ଷା ସମ୍ମାନରେ ଓଡିଶା ଖଣିନଗମ ଯାଜପୁରରୋଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଣ୍ଡୀ କ୍ଲବ ଚୋରଦା, କୋରାଇ ପ୍ରେସକ୍ଲବ, ସୁକିନ୍ଦା ପ୍ରେସ କ୍ଲବ, କଳିଙ୍ଗନଗର ପ୍ରେସ କ୍ଲବ, ଯାଜପୁରରୋଡ ପ୍ରେସ କ୍ଲବ, ଯାଜପୁର ଟାଉନ ପ୍ରେସ କ୍ଲବ, ବିଂଝାରପୁର ପ୍ରେସ କ୍ଲବ, ଧର୍ମଶାଳା ପ୍ରେସ କ୍ଲବ, ରୁସଲୁପୁର ପ୍ରେସ ଫୋରମ, ବଡଚଣା ପ୍ରେସ କ୍ଲବ, ବାଲିଚନ୍ଦ୍ରପୁର ପ୍ରେସ କ୍ଲବ, ଦଶରଥପୁର ପ୍ରେସ କ୍ଲବ, ବରୀ ପ୍ରେସ କ୍ଲବ ଆଦିଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବକୁ କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ପ୍ରହଲ୍ଲାଦ ଦେଓ ଓ ରୁଦ୍ରପ୍ରତାପ ପାଢୀ ପ୍ରମୁଖ ପରିଚାଳନା କରିଥିଲା ବେଳେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଜ୍ଞାନରଞ୍ଜନ ଓଝା, ସହସଂପାଦକ ଆଶୁତୋଷ ମହାନ୍ତି, ପ୍ରମୋଦକୁମାର ପାତ୍ର, ଉପଦେଷ୍ଠା ଅଶୁତୋଷ ମିଶ୍ର, ସୁଶାନ୍ତ କୁମାର ଭୂୟାଁ, ପ୍ରକାଶ କୁମାର ସାହୁ, ଜିତେନ୍ଦ୍ର କୁମାର ରାଉତ, ମାନସ ଆଏଚ, ଦୀପକ ଦାସ, ଆଶିଷ ରାଉତ, ଅଶୋକ କୁମାର ସାମନ୍ତସିଂହାର, ପ୍ରବୀର କୁମାର ଜେନା, କେଶବ ମଲ୍ଲିକ ପ୍ରମୁଖ ପରିଚାଳନଦାରେ ସହଯୋଗ କରିଥିଲା ବଳେ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ରାଜନୈତିକ ନେତୃବନ୍ଦ ପ୍ରମୁଖ ଉପସ୍ଥିତଥିଲେ ।
