ଖଜୁରିପଦା ପଞ୍ଚାୟତରେ ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ବାଲ୍ୟ ବିବାହ ସଚେତନତା

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ନୂଆଗଡ ବ୍ଲକର ଖଜୁରୀପଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଇନସେବା ପ୍ରାଧିକାରଣ ଆନୁକୂଲ୍ୟରେ ବାଲ୍ୟବିବାହ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ତଥା ସରକାରୀ ସାମାଜିକ କଲ୍ୟାଣ ଯୋଜନା ଉପରେ ଆଇନଗତ ସାକ୍ଷରତାଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ରବିନାରାୟଣ ବେହେରା ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷତା କରିଥିବା ବେଳେଜିଲ୍ଲା ସାମାଜିକ ଅଧିକାରୀ ସନ୍ତୋଷ କୁମାର ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାବଣ୍ୟେନ୍ଦୁ ମହାନ୍ତି, ଗୋଷ୍ଠୀ ଶିକ୍ଷାଧିକାରୀ ନୟନ ରଞ୍ଜନ ମଣ୍ଡଳ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରତି ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲେ, ମଞ୍ଚସିନା ଅଧୁକାରୀ ଗଣ ଶିଶୁଶ୍ରମିକ, ସାମାଜିକ କଲ୍ୟାଣ ଯୋଜନା ଏବଂ ସ୍ଥାନୀୟ ସମସ୍ୟା ଓ ବାଲ୍ୟ ବିବାହ ଭଳି କୁସଂସ୍କାର ପ୍ରଥା ପାଇଁ ଭାରତୀୟ ଆଇନ ଓ ଦଣ୍ଡବିଧାନ ,ଏବଂ ସମାଜରେ ଏହାର ପ୍ରଭାବ କିଭଳି ପଡିଥାଏ ଉପରେ ଆଲୋକପାତ କରିବା ସହ ସଚେତନ କରାଇଥିଲେ, ଏଥିରେ ସ୍ଥାନୀୟ ଗ୍ରାମପଞ୍ଚାୟତର ୱାର୍ଡସଭ୍ୟ ଗଣ,ଅଙ୍ଗନବାଡି କର୍ମୀ,ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବେଳେ , ସ୍ଥାନୀୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.

 

Exit mobile version