୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଚାଷୀମାନଙ୍କ ର ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ ରହୁଛି , ଶ୍ରୀମତି ସୁରମା ପାଢୀ : ଧାନ କିଣା ବିକାରେ ବର୍ତମାନ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ମିଲର ମାନଙ୍କର ପକ୍ଷ ଧରିଛନ୍ତି । ଡେରିରେ ମଣ୍ଡି ଖୋଲିବା କାରଣରୁ ଚାଷୀମେନେ ମାତ୍ରଧିକ ସୁଧ ଡରରେ ଦଲାଲ ମାନଙ୍କୁ ଧାନ ବିକ୍ରି କରିଦେଉଛନ୍ତି । ଏହାଛଡା ଅଧିକ ଦିନ ରହିଲେ ଧାନ ଶୁଖି ଓଜନ କମିବାରେ ଭୟ ଚାଷୀ ମନରେ ରହୁଛି ।
ୠଇଛ ଅନୁସାରେ ୧୭% ଧାନ ପର୍ଯ୍ୟନ୍ତ କଟନି ଛଟନି ହେବ ନାହିଁ ବୋଲି ନିୟମ ଅଛି । ଯେଉଥିରେ ଗୁଣ୍ଡ, ସୁଆଁ ଧାନ, ବାଳୁଙ୍ଗା, ବାଲି, କାଠିକୁଟା ପାଇଁ ୪% ଥିବାବେଳେ ଆଦ୍ରତା ପାଇଁ ୧୩% ଅଛି । କିନ୍ତୁ ୠଇଛ ମାନ ନଦଖେି ବର୍ତମାନ ଚାଷୀର ଧାନରେ ମାନଇଛା କ୍ୱିଟାଂଲ କୁ ୮ ରୁ ୧୦ କେଜି କଢାଯାଉଛି । ଡେରିରେ ଧାନ ନିଅଯୀବ ନାହିଁ ଓ ଟୋକନ ଲ୍ୟାପ୍ସ୍ କଥାକୁ ନେଇ ଚାାଷୀ ଙ୍କୁ ଡରାଯାଉଛି । ଚଳିତ ବର୍ଷ ଡିସେମ୍ବର ମାସରୁ ବର୍ଷା ଛାଡିଯିବା କରଣରୁ ଧାନରେ ଆଦ୍ରତା ନାହିଁ । ପାଣୀପାଗ ଠିକ୍ ଥିବା ଓ ଦୈବୀ ଦୁର୍ବିପାକ ନହୋଇଥିବା କାରଣରୁ ଧାନରେ ଅଗାଡି, କାଠି, କୁଟା, ଗୁଣ୍ଡ ମଧ୍ୟ ନାହିଁ । ତଥାପି କାହିଁକି ୮ ରୁ ୧୦ କେଜି ଧାନ କଟାଯାଉଛି..?
ମିଲ ମାଲିକ, ସେବା ସମବାୟ ସମିତିର ସମ୍ପାଦକ ଓ ଚାଷୀମାନେ ରୁଦ୍ଧଦ୍ୱାର ବୈଠକ କରି କ୍ୱିଟାଂଲ ପିଛା ୮ ରୁ ୧୦ କେଜି କଟନି ଛଟନି କରିବାର ନିଷ୍ପତି ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ତାହା ଯଦି ସତ ହୋଇଥିବ ତେବେ ସାଙ୍ଘାତିକନିଶ୍ଚୟ । କଟନି ଛଟନି କୁ ବିରୋଧ କରି ବର୍ତମାନ ରଣୁର ଆଚଂଳରେ ଅନେକ ଚାଷୀ ଧାନ ବିକ୍ରି କରିନଥିବା ବେଳେ ଯାଚଂ କମିଟି ପ୍ରଥମେ ମିଲର ମାନଙ୍କ ଗୋଦାମରେ ଚଢାଉ କରି ଥରେ ନଜର ରଖନ୍ତୁ କିଭଳି ମିଲ୍ର ଗୋଦାମ ଫୁଲ ହୋଇଛି ।
