ଗୁଣପୁର ବ୍ଳକ୍ ଇଡାଇ-ଇଡିତାଲ୍ ଚଇତି ଶୁଭାରମ୍ଭ ପଦ ଯାତ୍ରା

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ନୂଆ ବସ୍ତୁ ଷ୍ଟାଣ୍ଡ ଇଡାଇ-ଇଡିତାଲ୍ ଚଇତି ମଣ୍ଡପ ଆନୁକୂଲ୍ୟରେ ଚଇତି ଶୁଭାରମ୍ଭ ଶୋଭାଯାତ୍ରା କରାଯାଇଛି । ସକାଳ 8 ଘଣ୍ଟିକା ସମୟ ଠାରୁ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଧିରରୁ ବାହାରି ସହର ପରିଭ୍ରମଣ କରିବା ପରେ ସମସ୍ତେ ଜନସାଧାରଣଙ୍କ ସମେତ ଚଇତି ମଣ୍ଡପ ପର୍ଯ୍ୟନ୍ତ ଗୀତ,ନାଚ, ବାଦ୍ୟଯନ୍ତ୍ର ସହ ଆଜିର ପଦ ଯାତ୍ରାରେ ଆନନ୍ଦର ସହ ଶୁଭାରମ୍ଭ କରାଗଲା ।ପଦ୍ମପୁର ବ୍ଳକ୍,ଗୁଣପୁର ବ୍ଳକ୍ ସହ କର୍ମଚାରୀ, ତହସିଲଦାର,ତାହା ସହିତ ସ୍କୁଲ୍, କଲେଜ,ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ । ପ୍ରତ୍ୟେକ ବ୍ଲକ୍ କର୍ମଚାରୀ,ବ୍ଲକ୍ ଚ୍ୟାର୍ ମେନ୍,ସରପଞ୍ଚ,ଜିଲ୍ଲା ପରିଷଦ,ବିଦାୟକ-ରଘୁନାଥ ଗମାଙ୍ଗ,ଜଗନ୍ନାଥ ସାରକା,ଅସ୍ପିନ ଗମାଙ୍ଗ,ଅକ୍ଷୟ ଦାସ୍,ଉପ-ଜିଲ୍ଲା ପାଳ-ଶ୍ରୀଯୁକ୍ତ -ଲଳିତ କୁମାର କହଁର,ଜିଲ୍ଲା ପାଳ-ଶ୍ରୀମତୀ-ସଦାଦେବୀ ସିଙ୍ଗ୍ ପ୍ରମୁଖ ଥାଇ ଆଜିର ଇଡାଇ-ଇଡିତାଲ୍ ଚଇତି ଶୁଭାରମ୍ଭ ଶୋଭା ଯାତ୍ରା କରାଯାଇଛି ।

Exit mobile version