ଅବ୍ୟବସ୍ଥା ଘେରରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କଳାକାର କୁ ଅସାମ୍ମନ …ହାଜିରୀ ଦିଆ ରେ ସାରିଦେଲେ

୯ ଜାନୁଆରୀ ସୋମବାର,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ପରିସରରେ ଶନିବାର ବ୍ଲକ ସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |  ଲୋକ ଉତ୍ସବ ରେ ଅଂଚଳ ର ଶତାଧିକ କଳାକାର ଯୋଗଦାନ କରିଥିବା ବେଳେ କାହାପାଇଁ ଲୋକ ଉତ୍ସବ ଅଧିକାରୀ ଙ୍କ ପାଇଁ ନାଁ କଳାକାର ପାଇଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ଲୋକ ଉତ୍ସବ କଲା ପ୍ରଦର୍ଶନ ପାଇଁ କଳାକାର ମାନଙ୍କୁ ୨ରୁ ୫ମିନିଟ ଦିଆଯାଉଥିବାରୁ କଳାକାର ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି | ନୃତ୍ୟ ଆରମ୍ଭ କରିବା ଆଗରୁ ସମୟ ସମୟ ସରିଯାଉଛି କହି କଳାକାର ମାନଙ୍କୁ ଟେଜ ଛାଡି ଦେବାକୁ ଅନୁରୋଧ କରୁଥୁବାରୁ ବହୁ କଳାକାର ଆମେ କଣ ବ୍ଲକ କୁ ଭାତ ଖାଇବାକୁ ଆସିଛୁ କହି ଅସନ୍ତୋଷ ପ୍ରକାଶ କରିଛନ୍ତି | ଅନ୍ୟପଟେ ଅଂଚଳ ର ଜଣାଶୁଣା କଳାକାର ମାନଙ୍କୁ ଉପଯୁକ୍ତ ସାମ୍ମନ ଦିଆ ଯାଉନଥିବା ବେଳେ ଗଛ ମୂଳେ ବସି ସମୟ କଟୁଥୁଲେ | ଅନ୍ୟପକ୍ଷେ ଭାତ ଖାଇବାକୁ ଦୁଇ ଟି ସ୍ଥଳ କରିଥିଲେ ହିଁ ମହିଳା ମାନେ ଙ୍କ ପାଇଁ ବ୍ୟବସ୍ଥା କରାଯାଇନଥିବାରୁ ବାଧ୍ୟ ପୁରୁଷ ମେଳିରେ ମହିଳା ମାନେ ଧାଡି ଲମ୍ବି ଭାତ ଖାଇଥିଲେ | ସରକାର ତରଫରୁ ବ୍ଲକ ସ୍ତରରେ ଲୋକ ଉତ୍ସବ କରି ସ୍ଥାନୀୟ ଲୋକକଲା ର ପୁନଃ ଉଦ୍ଧାର କରି ଜୀବିତ ରଖିବାକୁ ପ୍ରାୟସ କରୁଥୁବା ବେଳେ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଏହାର ବ୍ୟତିକ୍ରମ କରୁଛନ୍ତି | କେବଳ ଦୋଷ ହଟାଇବାକୁ ତରବରିଆ ଭାବେ ଲୋକ ଉତ୍ସବ କରି କାମ ସରି ଦେଉଥିବାରୁ ଲୋକ ଉତ୍ସବ କାହାପାଇଁ ବୋଲି ଚର୍ଚ୍ଚା ହେଉଛି ପ୍ରଚାର ପ୍ରସାର ସିମିତ ରହୁଥିବା ହେତୁ ସରକାରୀ ସ୍ତରରେ ଲୋକ ଉତ୍ସବ କଥା ଜାଣି ନ ପାରିବାରୁ ବିଶେଷ କରି ଗ୍ରାମଞ୍ଚଳ ଅଂଚଳ ବହୁ କଳାକାର ବଞ୍ଚିତ ହେଉଥିବା ହେତୁ କଳାକାର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ବିଡ଼ିଓ ସୁମନ୍ତ କୁମ୍ଭାର , ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଉପାଧ୍ୟକ୍ଷ ସମାଜ ମଙ୍ଗଳ ଅଧିକାରୀ କମଳ କାନ୍ତ ବାରିକ ଙ୍କ ବ୍ଳକର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version