ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମୋଡରେ ନାଚୁଣୀ ଥାନା ଉଦଘାଟନ

୯ ଜାନୁଆରୀ ସୋମବାର,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଆଜି ସୋମବାର ଅପରାହ୍ନ 4:30 ମି• ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର 23 ଟି ପୋଲିସ ଜିଲ୍ଲାରେ 30 ଟି ନୂତନ ଥାନାକୁ ଭରଚୁଆଲ ମୋଡରେ ଉଦଘାଟନ କରିଛନ୍ତି l ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଅନ୍ୟତମ l ଉକ୍ତ ଥାନା ଅଧୀନରେ 10 ଟି ପଞ୍ଚାୟତ ଯଥା ନାଚୁଣୀ,ମୋରାମରୀ, କୁଲେଇ,ହରିପୁର, ଆୟତ୍ତପୁର, ଗମ୍ଭାରୀମୁଣ୍ଡା ଦେଓଗାଁ,କୁମlଣ୍ଡଳ ପାଟଣା,ନଈରୀ,ବଉଳାବନ୍ଧ ଓ ଜାତୀୟ ରାଜପଥର 10 କିଲୋମିଟର ବ୍ୟାପି ଲାଗିରହିଥିବା ସମସ୍ତ ଗ୍ରାମ ରହିବ l ଏହି ଅବସରରେ ନାଚୁଣୀଥାନା ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ,ସ୍ନାମାତିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ, ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟାରିୟା , ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଗୋପୀନାଥ ମହାରଣା,ଚିଲିକା ବ୍ଲକ ଅଧକ୍ଷା ଜୋସନ୍ନା ରାଣୀ ବେହେରା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ପରେ ପରେ ନାଚୁଣୀ କଲେଜର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତଗାନ କରାଯାଇ ଥିଲା l ବାଣପୁର ବ୍ଲକ ବିଡ଼ିଓ ବୁଲବୁଲ ବେହେରା,ବାଣପୁର ତହସିଲଦାର କୁଞ୍ଜବିହାରି ବଡ଼ଜେନା,ପୃର୍ବତନ ବିଧାୟକ ରଘୁନାଥ ସାହୁ,ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ,ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ ,ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ,ପୋଲିସ କର୍ମଚାରି,ଚିଲିକାବ୍ଲକ ଜିଲ୍ଲାପରିଷଦ ମମତା ପାଇକରାୟ, ସମେତ ଅଂଚଳର ସରପଞ୍ଚ,ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଏସଡିପିଓ ମାନସରଞ୍ଜନ ବାରିକ ସଭା ପରିଚାଳନା କରିଥିବା ବେଳେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version