ଚିକିତ୍ସା ରେ ଅର୍ଥ ସାଜିଛି ବାଧକ

୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ରତଙ୍ଗ ପଂଚାୟତ ର ପୋଡାପଡା ଗ୍ରାମ ର ବିଜୟ ପ୍ରଧାନ ଙ୍କ ଝିଅ ଗାୟତ୍ରୀ ପ୍ରଧାନ ଆଜକୁ ପ୍ରାୟ 14/15ବର୍ଷ ହେବ ଆଖି ପତା ଉପରେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ପରିବାର ଲୋକଙ୍କ କହିବା ନୁସାରେ ପଞ୍ଚମ ଶ୍ରେଣୀ ରେ ପାଠ ପଢ଼ୁଥିବା ସମୟରେ ତାଙ୍କ ବାମ ସାଇଡ ଆଖି ପତା ଉପରେ ମାଂସ ପିଣ୍ଡୁଳା ବଢିଥିଲା ଯାହା ଫଳ ରେ ତାଙ୍କୁ ପାଠ ପଢିବା ରେ ବହୁତ ଅସୁବିଧା ହେଉଥିଲା ! ପାଠ ପଢିବା ର ଇଚ୍ଛା ଶକ୍ତି ଥିଲେ ମଧ୍ୟ ପାଠ ପାଢ଼ି ପାରିଲେ ନି ଗାୟତ୍ରୀ ପ୍ରଧାନ ! ବାପା ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀ ର ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି, ଝିଅ ର ଚିକିତ୍ସା ପାଇଁ ଧାର କରଜ କରି ପ୍ରଥମେ ଫୁଲବାଣୀ ମେଡିକାଲ କୁ ଆଉ ତାପରେ ବ୍ରହ୍ମପୁର ବଡମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ ଡାକ୍ତର ତାଙ୍କ ଆଖି ପତ୍ତା ଉପରେ ବଢୁଥିବା ମାଂସ ପିଣ୍ଡୁଳା କୁ ଅପରେସନ କରି କାଢ଼ିଥିଲେ ଏଂବ କିଛି ଦିନ ପରେ ଆଉ ଥରେ ତାଙ୍କ ଆଖି ପତ୍ତା ଉପରେ ମାଂସ ପିଣ୍ଡୁଳା ବଢିବା ରେ ଲାଗିଥିଲା କିନ୍ତୁ ଗରିବ ଅସହାୟ ବାପା, ମାଆ ଅର୍ଥ ଅଭାବ ରୁ ପାଠ ପଢ଼ୁଥିବା ଘର ର ବଡ଼ ଝିଅ ଗାୟତ୍ରୀ ର ଚିକିତ୍ସା କରିପାରିଲେ ନାହିଁ, ଯାହାରୀ ଫଳରେ ଗାୟତ୍ରୀ ଆଜକୁ 14/15 ବର୍ଷ ହେବ ଆଖି ଯନ୍ତ୍ରଣା ଭୋଗୁଥିବା କଥା ବାପା,

ମାଆ ବହୁତ ଦୁଃଖ ପ୍ରକାଶ କରରୁଛନ୍ତିl ବାପା ମାଆ ଙ୍କ କହିବା ନୁସାରେ ଡାକ୍ତର ସଫଳ ଅସ୍ତ୍ରପଚାର ନ କରିବା ଫଳରେ ଝିଅ ଆଖି ପତ୍ତା ଉପରେ ପୁନର୍ବାର ମାଂସ ପିଣ୍ଡୁଳା ବଢିବା ରେ ଲାଗି ଥିବା ଯୋଗୁଁ ଝିଅ ର ଆଖି ଭଲରେଦେଖା ନ ଯିବା ଦ୍ଵାରା ପାଠ ମଧ୍ୟ୍ୟ ପଢିପାରିଲା ନାହିଁ, ମାଆ ଙ୍କ କହିବା ନୁସାରେ ଗାୟତ୍ରୀ ନିଜ କୁ ବହୁତ ଅପାଙ୍ଗ ମନେକରି ଦୁଃଖ ପ୍ରକାଶ କରୁଛି ଏଂବ ଭଲରେ ଆଖି ନ ଦେଖାଯିବ ଦ୍ଵାରା ବାପା ମାଆ ଙ୍କୁ ବୋଝ ସାଜିଥିବା ମନେକରୁଛି, ଏହି ଗାୟତ୍ରୀ ର ଚିକିତ୍ସା ପାଇଁ ବାପା,

ମାଆ ଓ ସମ୍ପର୍କୀୟ ଜ଼ିଲ୍ଲା ପ୍ରଶାସନ ଓ ସରକାର ନିକଟରେ ଗୁହାରି କରୁଛନ୍ତି କି ଗାୟତ୍ରୀ ର ଚିକିତ୍ସା ନିମନ୍ତେ ତାଙ୍କୁ ସାହାର୍ଯ୍ୟ ଓ ସହଯୋଗ ର ହାତ ବଢ଼େଇଲେ ହୁଏତ ଆଖି ଭଲରେ ଦେଖା ଯିବା ସହ ପାଠ ପଢିବା ରେ ଇଚ୍ଛା ଶକ୍ତି ହରାଇ ଥିବା ଏଂବ ନିଜକୁ ଅପାଙ୍ଗ ମନେକରୁଥିବା ଗାୟତ୍ରୀ ପୁନର୍ବାର ପାଠ ପଢିବା ସହିତ ନିଜର ସ୍ବପ୍ନ କୁ ପୂରଣ କରନ୍ତେ ଏଂବ ଜ଼ିଲ୍ଲା ପ୍ରଶାସନ ଓ ସରକାର ଙ୍କ ନିକଟରେ ଚିର ଋଣୀ ହୋଇ ରହିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ !
କନ୍ଧମାଳଜ଼ିଲ୍ଲା.

Exit mobile version