ବକ୍ସି ଜଗବନ୍ଧୁ ବିଦ୍ୟାଧର ‘ବିଜେବି’ : ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :ରବିବାର ଅପରାହ୍ନରେ ବାଲୁଗାଁ ନିକଟସ୍ଥ ଅଲାଇଦିହ ଛକରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର (ବି•ଜେ•ବି ) ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ବିଦ୍ୟାଳୟର ସମ୍ପାଦକ ମନୋଜ ମହାନ୍ତି ଓ ପରିଚଳନା କମିଟିର ସଭାପତି ତପନ କୁମାର ପ୍ରଧାନଙ୍କ ତତ୍ୱବ୍ୟଧାନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l

ଉକ୍ତ ଉତ୍ସବରେ ପ୍ରଧାନଚାର୍ଯ୍ୟ ସଭାପତି ମୁରଲୀଧର ପାଢ଼ୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଇଓ ବାଣପୁର ସନାତନ ଜାଲି, ମୁଖ୍ୟବ୍ୟକ୍ତା ଭାବେ ଗଞ୍ଜାମ କେଶପୁର ସ୍ନାତକ ମହାବିଦ୍ୟାଳୟର ବିଷ୍ଣୁ ଚରଣ ଦାସ, ସନ୍ନମାନ୍ୱିତ ଅତିଥି ଭାବେ ପ୍ରାକ୍ତନ ଏବିଓ ବାଣପୁର ଲକ୍ଷ୍ମୀଧର ପ୍ରଧାନ,ଓକିଲ ତଥା ପରାମର୍ଶଦାତା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ମିଶନଶକ୍ତି ବିଭାଗ ଓଡିଶା ସରକାର ଶ୍ରୀମତୀ ମୀରାବାଈ ଦେଓ, ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଶକ୍ତି ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ lପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ନିମନ୍ତ୍ରଣ କରିବାପରେ ଅନୁଷ୍ଠାନିକ ଭାବେ  ମଞ୍ଚରେ ପ୍ରଦୀପ୍ତ ପ୍ରଜ୍ବଳନକରି ମଞ୍ଚ ଉଦଘାଟନ କରିଥିଲେ ପରେ ଅତିଥିମାନେ ତାଙ୍କ ଅଭିଭାଷଣରେ ଗୁରୁ,ଶିଷ୍ୟ ମ୍ୟଧରେ ନିବିଡ଼ ସମ୍ପର୍କ ଓ ବିଦ୍ୟାଳୟର ଶିକ୍ଷା ଉପରେ ମତ୍ୟବ୍ୟକ୍ତ କରିଥିଲେ l ବିଦ୍ୟାଳୟରେ ବିଭିନ୍ନ କ୍ରୀଡା,ବକୃତା,ରଚନା,ରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ମଞ୍ଚ ପରିଚାଳନା ଓ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ପାଢ଼ୀ l ପରିଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା l

Exit mobile version