୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ଇଡାଇ-ଇଡିତାଲ୍ ଚଇତି ଉପଲକ୍ଷେ ଆଜି ଭବ୍ଯ ମିନି ମାରାଥନ ଦୌଡ ପ୍ରତିଯୋଗୀତା ବିକ୍ରମପୁର୍ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ଠାରୁ ଚଇତି ମଣ୍ଡପ ନୂଆଁ ବସ୍ ଷ୍ଟାଣ୍ଡ ପର୍ଯ୍ଯନ୍ତ ଦୌଡ ପ୍ରତି ଯୋଗୀତା ହୋଇଛି । ଆଜି ସକାଳ 7.30 ଘଣ୍ଟିକା ସମୟରେ ଦୌଡ ପ୍ରତିଯୋଗୀତା ଆରମ୍ଭ ହୋଇଛି । ପ୍ରତିଯୋଗିତାରେ ପ୍ରବଳ ମାତ୍ରାରେ ଛାତ୍ର,ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । 
ଯେଉଁ ଛାତ୍ର,ଛାତ୍ରୀମାନେ ଅଂଶ ଗ୍ରହଣ କରିଛନ୍ତି,ସେମାନଙ୍କ ମଧ୍ୟରୁ ଯିଏ ପ୍ରଥମ ସ୍ଥାନ, 2ୟ ସ୍ଥାନ,3ୟ ସ୍ଥାନ ପାଇଛନ୍ତି,ସେହି ଛାତ୍ର, ଛାତ୍ରୀ ମାନଙ୍କୁ ଫୁଲ ତୁଳା ଦେଇ ସ୍ନମ୍ମାନୀତ କରିଥିଲେ । ତଦସହିତ ଯେଉଁ ଛାତ୍ର,ଛାତ୍ରୀ ଅଦ୍ଧିକୃତ ହୋଇଛନ୍ତି ଯଥା ଛାତ୍ରମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ-ବିଷମକଟକ ବ୍ଲକରୁ ଶ୍ରୀ-ଈଶ୍ବର ଇକ୍କା, 2ୟ ସ୍ଥାନ-କଳାହାଣ୍ଡି ଜିଲ୍ଲାରୁ-ଶ୍ରୀ-ବଳଭଦ୍ର ପିକ୍କା,3ୟ ସ୍ଥାନ-ବିଷମକଟକ ବ୍ଲକରୁ ଶ୍ରୀ-ନକୂଳ ନାୟକ ସ୍ଥାନ ଅଧିକାର କରିଥିବା ବେଳେ । ଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ-ଗୁଣପୁର ବ୍ଲକ୍-କୁଲୁସିଙ୍ଗ୍ ଗ୍ରାମରୁ-ଶ୍ରୀମତୀ-ମନିସା ମଣ୍ଡଳ, 2ୟ ସ୍ଥାନ-ଗଜପତି ଜିଲ୍ଲା କାଶିନନଗର ବ୍ଲକ୍-ଡିଡିଙ୍ଗ୍ ଗୁଡା ଗ୍ରାମରୁ-ଶ୍ରୀମତୀ-ରାଣି ଶବର, 3ୟ ସ୍ଥାନ-ଗୁଣପୁର ବ୍ଲକ୍-ରୁମ୍ବାତୀ ଗ୍ରାମରୁ-ଶ୍ରୀମତୀ-ପ୍ରିୟଜିତା ଗମାଙ୍ଗ ସ୍ଥାନ ଅଧିକାର କରିଥିଲେ । ଗୁଣପୁର ବ୍ଳକର ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ମାନେ,ବ୍ଲକ୍ ର କର୍ମଚାରୀ ଗଣ,ମେଡିକାଲ୍ ଷ୍ଟାଫ୍, ଅଗ୍ନିସମ ଷ୍ଟାଫ୍,ସୁରକ୍ଷା କର୍ମୀ,ବିଡିଓ-ଶ୍ରୀମତୀ-ଶାନ୍ତି ପ୍ରଭା ପ୍ରଧାନ, ତହସିଲଦାର ଶ୍ରୀଯୁକ୍ତ-ଶରତ ଚନ୍ଦ୍ର ନାୟକ,ସବ୍ କଲେକ୍ଟର-ଶ୍ରୀଯୁକ୍ତ-ଲଡିତ କୁମାର କହଁର ପ୍ରମୁଖରେ ମିନି ମାରାଥନ ପ୍ରତିଯୋଗୀତା ହୋଇଛି ।

