ପର୍ଯ୍ୟଟନ ଋତୁ ଆସିଲେ ଚଳ ଚଞ୍ଚଳ ହୋଇପଡେ ଜିରାଙ୍ଗ ବୌଦ୍ଧ ମନ୍ଦିର ଓ ଖସଡା

୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ପର୍ଯ୍ୟଟନ ଋତୁ ଆସିଲେ ଚଳ ଚଞ୍ଚଳ ହୋଇ ଉଠେ ଗଜପତି ଜିଲ୍ଲାର ଜିରାଙ୍ଗ ବୌଦ୍ଧ ମନ୍ଦିର । ପ୍ରକୃତିର ମଜା ଉଠାଇବା ସହ ବୌଦ୍ଧ ମନ୍ଦିର ଓ ଖସଡା ଜଳ ପ୍ରପାତ ବୁଲି ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରରେ ହଜାର ହଜାର ପ୍ରର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ଅଞ୍ଚଳରେ । ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟରେ ଥିବା ଜିରାଙ୍ଗ ବୌଦ୍ଧ ମନ୍ଦିର ତିବତୀୟ ସଂସ୍କୃତିର କଳାକୃତି ସହ ମନ୍ଦିରର କାରୁକାର୍ଯ୍ୟ ବେସ ବିମୋହିତ କରୁଛି ପର୍ଯ୍ୟଟକଙ୍କୁ । ତା ସହ ବୃଦ୍ଧଙ୍କ ବିରାଟ ପ୍ରତିମୂତ୍ତି ବେସ ଆକର୍ଷଣୀୟ ହୋଇଛି । ବୃଦ୍ଧ ଯେପରି ଶାନ୍ତିର ପ୍ରତୀକ ସେହିପରି ପର୍ଯ୍ୟଟକଙ୍କୁ ମନ୍ଦିର ପରିସରରେ ଭ୍ରମଣ କଲା ସମୟରେ ମନକୁ ଏକ ପ୍ରକାର ଅପାର ଶାନ୍ତି ଅନୁଭବ କରିଥାନ୍ତି । ଦକ୍ଷିଣ ଏସିଆର ଦ୍ବିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ । ମନ୍ଦିର ଚାରି ପାଖରେ ଥିବା ସୁନ୍ଦର ବଣ୍ଣାନି ଓ ଶାନ୍ତି ପରିବେଶ ବେଶ ଆକଷିତ କରୁଛି ପର୍ଯ୍ୟଟକଙ୍କୁ । ତେବେ ଦୀର୍ଘ ଦୁଇ ବର୍ଷ ଧରି କୋରନା କଟକଣା ବଳ ବତ୍ତର ରହିଥିଲା । ଚଳିତ ବର୍ଷ କିନ୍ତୁ ବୌଦ୍ଧ ମନ୍ଦିରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଗତ ୨୦୦୩ ମସିହାରେ ଏହି ବୌଦ୍ଧ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୨୦୧୦ ମସିହାରେ ତିବତୀୟ ଧର୍ମଗୁରୁ ଦଲାଏ ଲାମ୍ମା ଉଦ୍ଧଘାନ କରିଥିଲେ । ପ୍ରତେକ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ମାନେ ଏହି ପ୍ରସିଦ୍ଧ ମନ୍ଦିରକୁ ପରିଦର୍ଶନ କରିବା ଲାଗି ଆସୁଥିବା ବେଳେ ବୌଦ୍ଧ ମନ୍ଦିରର ଅଳ୍ପ କିଛି ଦୂରରେ ଥିବା ଖସଡା ଜଳ ପ୍ରପାତ ପ୍ରର୍ଯ୍ୟଟକଙ୍କ ମନକୁ ମୋହି ନେଇଥାଏ । ପାହାଡ ଉପରୁ ବୋହି ହୋଇ ଆସୁଥିବା ଝରଣା ପାଣିର କୁଳୁ କୁଳୁ ନାଦ ପର୍ଯ୍ୟଟକଙ୍କ ମନକୁ କିଣିନେଇଥାଏ ପଥର ଚଟାଣ ପିଠିରେ ବୋହି ଯାଉଥିବା ଖରା ଓ କାକରର ମିଶ୍ରିତ କୁଳବୁନ୍ଦା ପର୍ଯ୍ୟଟକଙ୍କୁ ସତେଜ କରିଥାଏ । ଏଠାକୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସି ପକୃତିର ମଜା ମନ ଭରି ଉପଭୋଗ କରିଥାନ୍ତି । ବଣଭୋଭି ସାଙ୍ଗକୁ ନାଚ ଗୀତର ଆସର । କିଏ ଏହି ଝରଣା ପାଣିରେ ଜଳ କ୍ରୀଡାର ମଜା ନେଉଛି ତ ଆଉ କିଏ ରୋଷେଇ କରିବାରେ ବ୍ୟସ୍ତ । ମହେନ୍ଦ୍ର ତନୟା ନଦୀରୁ ବାହାରି ଥିବା ରାମ ନଦୀର ପ୍ରଖର ଜଳ ଏଠାରେ ଖସଡା ଜଳ ପ୍ରପାତ ନାମରେ ପରିଚିତ ହୋଇଛି ।ପର୍ଯ୍ୟଟନ ଋତୁ ଆସିଲେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାର ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

Exit mobile version