ଗୁଣପୁର ପାୱାର୍ ଲିଫ୍ଟ ଚମ୍ପିୟାନସିପ୍ 2023 କ୍ରୀଡା ପରିଷଦ ପ୍ରତିଯୋଗିତା ଉଦଯାପିତ

୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ରେ ହେବାକୁ ଯାଉଥିବା ବଂଶଧାରା ମହୋତ୍ସବ ପାଇଁ ଦୁଇ ଦିନ ଧରି ଏକ କ୍ରୀଡା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ଯାହା ଆଜି ଉଦଯାପିତ ହୋଇଛି । ଜଗଦୀସ ସାହୁ ମେମୋରିଆଲ୍ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ କାଳି ପୂଜା ମଣ୍ଡପ ଠାରେ ଏହି କ୍ରୀଡା ପ୍ରତିଯୋଗିତା ପରିଷଦ ର ପାୱାର୍ ଲିଫ୍ଟ ଚମ୍ପିୟାନସିପ୍ -2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାୱାର୍ ଲିଫ୍ଟ ଚମ୍ପିୟାନ ସିପ ପ୍ରତିଯୋଗିତା ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ତଥା କୋରାପୁଟ ଜିଲ୍ଲା,ରାୟଗଡା ଜିଲ୍ଲା, ଜୟପୁର ଜିଲ୍ଲା,ପାରଳାଖେମୁଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲାର ସମସ୍ତ ପ୍ରତିଯୋଗୀ ମାନେ ଆସି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏଥିରେ ୮୦ କେଜିର ପାୱାର୍ ଲିଫ୍ଟ ପ୍ରତିଯୋଗିତା ରେ ରାଜ କୁମାର,ପ୍ରବୀଣ କୁମାର,କେ ସୁନୀଲ୍,ଜଗନ୍ନାଥ ଶବର,ତମାସ୍ କେ ସିଙ୍ଗ,ରାମାକାନ୍ତ ନାୟକ,ଆକାଶ ରାସ୍,ନରେନ୍ଦ୍ର ନାଗ, ତେଜା ସୁନା ଅଂଶ ଗ୍ରହଣ କରିଥିବା ବେଳେ ୮୭ କେ ଜିର ପାୱାର୍ ଲିଫ୍ଟରେ ବୃନ୍ଦାବନ ଶବର,ପ୍ରବଣ ସୁନା ପ୍ରମୁଖ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ତଦସହିତ ପ୍ରତିଯୋଗୀ ମାନେ ୯୦ କେଜି ,୧୦୦ କେଜି ଓଜନରୁ ଉର୍ଦ୍ଧ୍ବ ପାୱାର୍ ଲିଫ୍ଟ ମଧ୍ୟ ଉଠାଇ ପ୍ରଥମ ଦ୍ଵିତୀୟ ତୃତୀୟ ଶ୍ରେଣୀ ହାସଲ କରିଥିଲେ । ତେବେ ରାଜ୍ୟସ୍ତରୀୟ ଜଗଦୀସ ସାହୁ ମେମୋରିଆଲ୍ ଅଫେନ୍ ର ସଭାପତି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାୟଗଡ଼ା ର କ୍ରୀଡା ଅଧିକାରୀ ରମେଶ ବିଢିକା ,କଣ୍ଡାଗରୀ ଦୋରା ଇଣ୍ଟର ନ୍ୟାସନାଲ କ୍ରୀଡା ଶିକ୍ଷକ ,ସୁଦାମ ସାହୁ ରିପେରି ରାୟଗଡା,ମିନ ସୁନା ଅଫିସିଆଲ୍,ପିଙ୍କି ଉଇକା ଷ୍ଟ୍ରଙ୍ଗ୍ ଉମେନ୍, ଅର୍ଗାନାଇଜର୍ ଗୁଣପୁର ପଦ୍ମ ଚରଣ ପଣ୍ଡା,ବିଟିବି ରାବଣ ମୂର୍ତ୍ତି ଅର୍ଗାନାଇଜର୍ ପ୍ରମୁଖ ଉପସ୍ଥିତ ଥିଲେ ।

 

Exit mobile version