ମା , ସାହାଡେଶ୍ୱରୀଙ୍କ ୫୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କଟକ ,ରିପୋର୍ଟ-ଅମୂଲ୍ୟ କୁମାର ବାରିକ :-  କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର, ସନ୍ତୋଳ ଗ୍ରାମର ଅଧିଷ୍ଠାତ୍ରୀ ମା,ସାହାଡେଶ୍ୱରୀଙ୍କ ୫୧ ତମ ବାର୍ଷିକ ଉସ୍ଚବ , ପ୍ରତିବର୍ଷ ଭଳି ଏବର୍ଷ ପୁଷ୍ ପୂର୍ଣ୍ଣମୀ ଶୁକ୍ରବାର ଠାରୁ ଆରମ୍ଭ ହୋଇ, ପରଦିନ ଶନିବାର ଶେଷ ହୋଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଉସ୍ଚବରେ, ପ୍ରଥମ ଦିନ କଳସ ଶୋଭାଯାତ୍ରା ସହିତ ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା । ଶନିବାର ମାଙ୍କ ପାଖରେ ହୋମଯଞ କରାଯିବା ସହିତ, ପିପିଲି ଅଞ୍ଚଳର ଗାୟକ ମାନସ ଦାସ ଏବଂ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଗାୟକ ସନ୍ତୋଷ ଦାସଙ୍କ ସାଥି ମାନେ ଦିନତମା ଆଧ୍ୟାତ୍ମିକ ବ୍ରହ୍ମଞାନ ଭଜନ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉଦଯାପନୀ ଉସ୍ଚବରେ ସମାଜସେବୀ ଗଣେଶ ଚନ୍ଦ୍ର ସାହୁ , ଓଡ଼ିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆର କଟକ ଜିଲ୍ଲା ସଭାପତି ଅମୂଲ୍ୟ କୁମାର ବାରିକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଧରଣୀ ଧର ଭୋଇ ଉସ୍ଚବରେ ସଭାପତିତ୍ୱ କରିଥିଲେ । ସନ୍ଧ୍ୟାରେ ଶିଶୁ କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଉସ୍ଚବରେ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂପାଦକ ରାମାକାନ୍ତ ଭୋଇ, ଭବାନୀ ଭୋଇ, ଚୈତନ୍ୟ ଭୋଇ, ପୁନାନନ୍ଦ ଭୋଇ, ଲୋକନାଥ ଭୋଇ, ମଧୁସୂଦନ ଭୋଇ, ବିଷ୍ଣୁ ଚରଣ ଭୋଇ, ବିଜୟ ରୁଦ୍ର,ବିଞାନ, ଅଜୟ,ସୁକାନ୍ତ, ଜଗଦୀଶ, ଜଗନ୍ନାଥ ପ୍ରମୁଖ ।

Exit mobile version